
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ୫ ଜିଲ୍ଲାରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ବିଜେପିର ଏହି ପ୍ରାର୍ଥୀ ତାଲିକାରେ ଦୁଷ୍କର୍ମ ମାମଲାରେ ଦୋଷୀ ତଥା ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ପତ୍ନୀ ସଂଗୀତା ସେଙ୍ଗର୍ ଅଛନ୍ତି। ସଂଗୀତା ସେଙ୍ଗର୍ ଜିଲ୍ଲା ପଞ୍ଚାୟତ ସଦସ୍ୟ ପଦବୀ ପାଇଁ ଫତେପୁର ଚୌରସି ତ୍ରିତୟା ଆସନରୁ ନିର୍ବାଚନ ଲଢ଼ିବେ। ୨୦୧୬ରେ ସଂଗୀତା ଉନ୍ନାଓ ଜିଲ୍ଲାରୁ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ଥିଲେ ।
The post ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନ, ଦୁଷ୍କର୍ମ ମାମଲାରେ ଦୋଷୀ କୁଲଦୀପ ସେଙ୍ଗରଙ୍କ ପତ୍ନୀଙ୍କୁ ବିଜେପି ଟିକେଟ୍ first appeared on Sambad.from ରାଜନୀତି | Sambad https://ift.tt/3mz4b5K
0 Comments