କୋଲକାତା : ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପରିହାସ କରିଛନ୍ତି। ଗତ ଗୁରୁବାର ଯୋଗୀ ହୁଗୁଳି ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଏକ ରୢାଲିକୁ ସମ୍ବୋଧିତ କରି କହିଥିଲେ, ବିଜେପି ରାଜ୍ୟରେ ସରକାର ଗଠନ କଲେ ୟୁପି ଢାଞ୍ଚାରେ ଏଠାରେ ଆଣ୍ଟି ରୋମିଓ ସ୍କ୍ବାଡ୍‌ ଗଠନ କରାଯାଇ ସବୁ ‌ରୋମିଓମାନଙ୍କୁ ଜେଲ୍‌ ପଠାଇ ଦିଆଯିବ। ଯୋଗୀଙ୍କ ଏହି ବୟାନକୁ ନେଇ ମହୁଆ କହିଛନ୍ତି, ବଙ୍ଗଳାର ଲୋକମା‌ନେ ରୋମିଓମାନଙ୍କୁ ପସନ୍ଦ କରନ୍ତି। ବଙ୍ଗାଳୀମାନେ ନିଜ ସଙ୍ଗୀତ, ନିଜ କବିତା, ନିଜ ମିଠାକୁ ଯେମିତି ଭଲ ପାଆନ୍ତି ଠିକ୍‌ ସେମିତି ରୋମିଓମାନଙ୍କୁ ମଧ୍ୟ ଭଲ ପାଆନ୍ତି। ବିଜେପି ସରକାର ଗଠନ କଲେ ବି ବଙ୍ଗଳା ସଂସ୍କୃତିର ପରିବର୍ତ୍ତନ କରିପାରିବ ନାହିଁ। ସୂଚନାଯୋଗ୍ୟ, ହୁଗୁଳି ଜିଲ୍ଲାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଏକ ରୢାଲିକୁ ସମ୍ବୋଧିତ କରି ଯୋଗୀ କହିଥିଲେ, ଉତ୍ତର ପ୍ରଦେଶ ଢାଞ୍ଚାରେ ଆଣ୍ଟି ରୋମିଓ ସ୍କ୍ବାଡ୍‌ ଗଠନ କରାଯାଇ ସବୁ ‌ରୋମିଓମାନଙ୍କୁ ଜେଲ୍‌ ପଠାଇବା ବ୍ୟବସ୍ଥା କରାଯିବ।

The post ଯୋଗୀ ଆଦିତ୍ୟନାଥଙ୍କୁ ମହୁଆ ମଇତ୍ରଙ୍କ ପରିହାସ, ରୋମିଓ ଆମର ପସନ୍ଦ first appeared on Sambad.

from ରାଜନୀତି | Sambad https://ift.tt/3d1aA6B