
କୋଲ୍କାତା: ନିର୍ବାଚନ ପ୍ରଚାର ବେଳେ ରବିବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବେହଲାରେ ତୃଣମୂଳ କଂଗ୍ରେସର ସମର୍ଥକମାନଙ୍କ ଆକ୍ରମଣର ସରବ୍ୟ ହୋଇଥିବା କଥା ବିଜେପି ପ୍ରାର୍ଥୀ ପାୟେଲ୍ ସର୍କାର କହିଛନ୍ତି।
ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, ଅଭିନେତାରୁ ରାଜନେତା ହୋଇଥିବା ପାୟେଲ୍ ସର୍କାର ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ ଠାକୁରପୁକୁରରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି।
ପାୟେଲ୍ ସର୍କାରଙ୍କ ସହ ପ୍ରଚାରରେ ଯାଇଥିବା କେତେକ ସଦସ୍ୟ ମଧ୍ୟ ଚିକିତ୍ସିତ ହେଉଥିବାର ଫଟୋ ଏବେ ଗଣମାଧ୍ୟମରେ ପ୍ରକାଶ ପାଉଛି। ବିଜେପି ପ୍ରାର୍ଥୀଙ୍କୁ ଆକ୍ରମଣ କରାଯିବା ପରେ ଠାକୁରପୁକୁରର ପରସ୍ଥିତି ଉତ୍ତେଜନାମୟ ରହିଛି।
ଏ ସଂକ୍ରାନ୍ତରେ ବିଜେପି କୌଣସି ଔପଚାରିକ ବିବୃତି ଜାରି କରିନାହିଁ।
ଏବର୍ଷ ଫେବ୍ରୁଆରିରେ ପାୟେଲ୍ ସର୍କାର ବିଜେପିରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭାର କେତେକ କ୍ଷେତ୍ରରେ ଶାସକ ତୃଣମୂଳ କଂଗ୍ରେସ ଏବଂ ବିଜେପି କେତେକ ବଙ୍ଗୀୟ ଅଭିନେତାଙ୍କୁ ପ୍ରାର୍ଥୀ କରିଛନ୍ତି।
ବିଜେପିରେ ଯୋଗ ଦେବା ନିମନ୍ତେ ନେଇଥିବା ନିଷ୍ପତ୍ତି ସଂକ୍ରାନ୍ତରେ ଥରେ ପଚରା ଯିବାରୁ ପାୟଲ୍ ସର୍କାର କହିଥିଲେ, ରାଜନୀତି ପ୍ରତି ମୋର ଆଗ୍ରହ ଥିଲା, କିନ୍ତୁ, କେବେ ସକ୍ରିୟ ଭାବେ ସେଥିରେ ଯୋଗ ଦେଇ ନ ଥିଲି। ବିଜେପିର ଆଦର୍ଶବାଦ ସହ ସମଭାବାପନ୍ନ ହୋଇଥିବାରୁ ମୁଁ ବିଜେପିରେ ଯୋଗ ଦେଇଛି।
ଏବର୍ଷ ମାର୍ଚ ମାସରେ ଗୃହ ମନ୍ତ୍ରାଳୟଦ୍ୱାରା ‘ସିଆଇଏସ୍ଏଫ୍’ ନିରାପତ୍ତା ଯୋଗଇ ଦିଆଯାଇଥିବା ୫ଜଣ ବିଜେପି ନେତାଙ୍କ ମଧ୍ୟରୁ ପାୟେଲ୍ ସର୍କାର ଅନ୍ୟତମା।
The post ପଶ୍ଚିମବଙ୍ଗର ବେହଲାରେ ନିର୍ବାଚନ ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ପାୟେଲ୍ ସର୍କାରଙ୍କୁ ଆକ୍ରମଣ first appeared on Sambad.from ରାଜନୀତି | Sambad https://ift.tt/3cLXtWU
0 Comments