
ନୂଆଦିଲ୍ଲୀ: ଏପ୍ରିଲ୍ ୧ ତାରିଖ ଦିନ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଅନ୍ତର୍ଗତ ବୋୟାଲ୍ ମତଦାନ କେନ୍ଦ୍ର ଜବରଦଖଲ ହୋଇଥିବା କଥା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲେଖିଥିବା ପତ୍ରର ଉତ୍ତର ଦେଇ ନିର୍ବାଚନ କମିସନ୍ କହିଛି ଯେ, ତାଙ୍କ ଅଭିଯୋଗର ସତ୍ୟତା ନାହିଁ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତଲିଖିତ ଅଭିଯୋଗ ତଥ୍ୟଗତ ଭାବେ ତ୍ରୁଟିପୂର୍ଣ୍ଣ ଏବଂ ଏଥିରେ କୌଣସି ଗୁରୁତ୍ୱ ନାହିଁ ବୋଲି କହିବା ସହ ନିର୍ବାଚନ କମିସନ କହିଛନ୍ତି ଯେ,ଏହା ଆଦର୍ଶ ଆଚରଣ ବିଧି ଓ ଜନ ପ୍ରତିନିଧି ଆଇନ ଉଲ୍ଲଂଘନ କରୁଛି।
ମମତାଙ୍କ ଅଭିଯୋଗ ସଂକ୍ରାନ୍ତରେ ସ୍ପେସାଲ୍ ଅବ୍ଜରଭର୍ ଅଜୟ ନାୟକ (ଜେନେରାଲ୍) ଏବଂ ବିବେକ ଦୁବେ (ପୁଲିସ) ନିର୍ବାଚନ କମିସନ୍କୁ ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ। ସ୍ପେସାଲ୍ ଅବ୍ଜରଭର୍ ଏବଂ ବିଭିନ୍ନ ସ୍ତରରେ ଥିବା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ନିର୍ବାଚନ କମିସନ୍ କହିଛି ଯେ, ବାହାର ଲୋକ, ବନ୍ଧୁକ କିଂବା ଗୁଣ୍ଡାମାନେ ଉପରୋକ୍ତ ବୁଥ୍ ଜବର ଦଖଲ କରିଥିବା କଥା କୌଣସି ଠାରେ ଉଲ୍ଲେଖ ନାହିଁ।
ନିର୍ବାଚନ କମିସନ୍ ଆହୁରି ମଧ୍ୟ କହିଛି ଯେ, ବୋୟାଲ୍ ମତଦାନ କେନ୍ଦ୍ରରେ ମୁତୟନ ହୋଇଥିବା ‘ବିଏସ୍ଏଫ୍’ ଯବାନଙ୍କ ବିରୋଧରେ ହୋଇଥିବା ଅଭିଯୋଗର ମଧ୍ୟ କୌଣସି ସତ୍ୟତା ନାହିଁ। ‘ବିଏସ୍ଏଫ୍’ ଯବାନମାନେ ବୁଥ୍ ଭିତରେ ପଶି ଲୋକମାନଙ୍କୁ ଭୋଟ୍ ଦେବାରୁ ବଞ୍ଚିତ କରାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ।
The post ନନ୍ଦୀଗ୍ରାମ ବୁଥ୍ ସଂକ୍ରାନ୍ତରେ ମମତା ବାନାର୍ଜୀ କରିଥିବା ଅଭିଯୋଗ ମିଥ୍ୟା: ନିର୍ବାଚନ କମିସନ୍ first appeared on Sambad.from ରାଜନୀତି | Sambad https://ift.tt/3dwrYzb
0 Comments