
ମ. ରାମପୁର: କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ବରବନ୍ଧ ପଞ୍ଚାୟତ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଫେରାର୍ ଥିବା ଶିକ୍ଷକଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଏହାର ପ୍ରତିବାଦରେ ଏବଂ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗୁରୁବାର ମ.ରାମପୁର ବ୍ଲକ୍ କଂଗ୍ରେସ ତରଫରୁ ଥାନା ଘେରାଉ କରାଯାଇଥିଲା। ଏଥିରେ ବ୍ଲକ୍ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂହ, ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ପରମାନନ୍ଦ ମାଝୀ, ମାଣିକ ସୁନା, ସରୋଜ ବାଗ, ସାଧନା ପ୍ରଧାନ, ମନ୍ଦାକିନୀ ବଣୁଆ, ବିଭୂତି ମହାକୁଡ, ନାରାୟଣ ଅଗ୍ରୱାଲ, ପ୍ରକାଶ ମାଝୀ ପ୍ରମୁଖ ଉପସ୍ଥିତଥିଲେ।
The post ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: କଂଗ୍ରେସର ଥାନା ଘେରାଉ first appeared on Sambad.from ରାଜନୀତି | Sambad https://ift.tt/3weI6hv
0 Comments