
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଚାରି ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ଓ କେରଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ପ୍ରଦାନ କରାଯାଉଥିବା କୋଭିଡ-୧୯ ଟିକାକରଣ ପ୍ରମାଣପତ୍ରରୁ ଆଜି (ଗୁରୁବାର) ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଉଠାଇ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିଛି। ଏ ସଂକ୍ରାନ୍ତରେ ନିର୍ବାଚନ କମିସନଙ୍କଠାରୁ ନୋଟିସ ପାଇବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପରି ନିଷ୍ପତ୍ତି ଗ୍ରହଣ କରିଥିବା ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ତୃଣମୂଳ କଂଗ୍ରେସ (ଟିଏମସି) କୋଭିଡ୍-୧୯ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲି ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରଥିଲା।
ଏହି ଅଭିଯୋଗ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ମାର୍ଚ୍ଚ ୬ରେ ନିର୍ବାଚନ କମିସନ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରିକରି ବିଧାନସଭା ନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଥିବା ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ କମିସନଙ୍କ ଠାରୁ ନୋଟିସ୍ ପାଇବା ପରେ ମାର୍ଚ୍ଚ ୯ ତାରିଖ ଦିନ ଏକ ଚିଠିରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କମିସନଙ୍କ ନିର୍ଦ୍ଦେଶ ତୁରନ୍ତ ପାଳନ କରାଯିବ ବୋଲି କହିଥିଲେ; ଯାହାକୁ ଆଜି ଠାରୁ କାର୍ଯ୍ୟକାରୀ କରାଯାଇଛି।
The post ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍ ଟିକାକରଣ ପ୍ରମାଣପତ୍ରରୁ ହଟିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ first appeared on Sambad.
from ରାଜନୀତି – Sambad https://ift.tt/3vhweKT
0 Comments