ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ରହିଥିବା ବେଳେ ଚେପକ୍‌ ନିର୍ବାଚନ ମଣ୍ଡଳୀରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଜଣେ ଏଆଇଏଡିଏମ୍‌କେ ନେତା ଭୋଟ୍‌ ପାଇଁ ଭୋଟରମାନଙ୍କୁ ନଗଦ ଟଙ୍କା ବଣ୍ଟନ କରୁଥିବାର ଦୃଶ୍ୟ କ୍ୟାମେରାରେ କୈଦ ହେବାପରେ ଇଣ୍ଟରନେଟରେ ଭାଇରାଲ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ଏଆଇଏଡିଏମକେର ସଂପୃକ୍ତ ନେତା ଜଣକ ଚେପକ୍‌ ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କୁ ନଗଦ ୫୦୦ ଟଙ୍କିଆ ନୋଟ ବଣ୍ଟନ କରୁଥିବା ଦେଖାଯାଉଛି।

ଏହି ଭିଡିଓଟି କିଛି ସ୍ଥାନୀୟ ଲୋକଙ୍କ ଦ୍ୱାରା ସୁଟ୍‌ କରା ଯାଇଥିବା କୁହାଯାଉଛି। ଭିଡିଓଟିରେ ଆଇଏଡିଏମକେ ନେତା ପ୍ରଥମେ ଭୋଟରଙ୍କ ପରିଚୟ ପତ୍ର ଯାଞ୍ଚ କରୁଛନ୍ତି ଏବଂ ପରେ ସେମାନଙ୍କୁ ନଗଦ ୫୦୦ ଟଙ୍କା ଲେଖାଁଏ ହସ୍ତାନ୍ତର କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଡିଏମକେ ପାର୍ଟି ସୁପ୍ରିମୋ ଏମ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଚେପକ୍‌ ନିର୍ବାଚନ ମଣ୍ଡଳୀରୁ ଡିଏମ୍‌କେର ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବର୍ତ୍ତମାନ ଏଠାରେ ଏଆଇଏଡିଏମ୍‌କେ ଭୋଟ ପାଇଁ ନୋଟ ବାଣ୍ଟୁଥିବା ଜଣାପଡ଼ିବା ପରେ ଜୁନିଅର ଷ୍ଟାଲିନ ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଜାଣିବାକୁ ମିଳିଛି।

The post ଭୋଟ ପାଇଁ ନୋଟ ବାଣ୍ଟିଲାବେଳେ କ୍ୟାମେରାରେ ଧରାପଡ଼ିଲେ ଏଆଇଏଡିଏମ୍‌କେ ନେତା first appeared on Sambad.

from ରାଜନୀତି | Sambad https://ift.tt/31215NS