
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୫% ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ଥିବା କଥା ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର୍) କହିଛି।
ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୯୧ଜଣ ପ୍ରାର୍ଥୀ ନାମାଙ୍କନ ପତ୍ରରେ ସେମାନଙ୍କର ଅପରାଧିକ ପୃଷ୍ଠଭୂମି ଏବଂ ଶିକ୍ଷାଗତ ଯୋଗ୍ୟତା ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି।
‘ସିପିଆଇ(ଏମ୍)’ ପ୍ରାର୍ଥୀମାନେ ଦାଖଲ କରିଥିବା ପ୍ରାର୍ଥୀପତ୍ର ସବୁକୁ ବିଶ୍ଳେଷଣ କରି ‘ଏଡିଆର୍’ ରିପୋର୍ଟ କରିଛି ଯେ, ସେମାନଙ୍କ ମଧ୍ୟରୁ ୫୦% ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଛି। ଏହା ହେଉଛି ସବୁ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କର ଅପରାଧିକ ପୃଷ୍ଠଭୂମି ଅନୁପାତରେ ସର୍ବାଧିକ।
‘ଏଡିଆର୍’ ରିପୋର୍ଟ ଅନୁସାରେ, ୧୯୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪୮ଜଣ ପ୍ରାର୍ଥୀ ବା ୨୫% ପ୍ରାର୍ଥୀ ସେମାନଙ୍କ ନାମରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ ୪୨ଜଣ ବା ୨୨% ପ୍ରାର୍ଥୀଙ୍କ ବିରୋଧରେ ସାଂଘାତିକ ଅପରାଧିକ ମାମଲା ରହିଛି।
ସେମାନଙ୍କ ମଧ୍ୟରୁ ୧୨ ଜଣ ପ୍ରାର୍ଥୀ ମହିଳା ସଂକ୍ରାନ୍ତ ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ବୋଲି ଘୋଷଣା କରିଛନ୍ତି। ୧୨ଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ମାମଲା ଏବଂ ୮ଜଣଙ୍କ ବିରୋଧରେ ନରହତ୍ୟା ଅଭିଯୋଗ ରହିଛି ବୋଲି ଉଲ୍ଲେଖ କରିଛନ୍ତି। ନିଜ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା କଥା ୧୯ଜଣ ପ୍ରାର୍ଥୀ କହିଛନ୍ତି।
ପଶ୍ଚିମବଙ୍ଗର ୩୦ଟି ନିର୍ବାଚନ ମଣ୍ଡଳୀରୁ ୭ଟି ବା ୨୩% ହେଉଛି ‘ରେଡ୍ ଆଲର୍ଟ’ ନିର୍ବାଚନ ମଣ୍ଡଳୀ। ସେହିସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩ ବା ତତୋଽଧିକ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିବା କଥା ଘୋଷଣା କରିଛନ୍ତି।
‘ଏଡିଆର୍’ କହିବା ଅନୁସାରେ, ପ୍ରାର୍ଥୀ ଚୟନ ନିମନ୍ତେ ସୁପ୍ରିମ୍ କୋର୍ଟ ଦେଇଥିବା ନିର୍ଦେଶାବଳୀ ରାଜନୈତିକ ଦଳଗୁଡ଼ିକ ଉପରେ ଆଦୌ ପ୍ରଭାବ ପକାଇନାହିଁ।
The post ପ୍ରଥମ ପର୍ଯ୍ୟାୟ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୫% ପ୍ରାର୍ଥୀଙ୍କର ଅପରାଧିକ ପୃଷ୍ଠଭୂମି ରହିଛି: ‘ଏଡିଆର୍’ first appeared on Sambad.from ରାଜନୀତି | Sambad https://ift.tt/315k5el
0 Comments