ନୂଆଦିଲ୍ଲୀ: ଫେବ୍ରୁଆରି ମାସରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟରେ ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ଦିନେଶ ତ୍ରିବେଦୀ ବିଜେପିରେ ଯୋଗ ଦେଇଛନ୍ତି।

ଦିନେଶ ତ୍ରିବେଦୀଙ୍କୁ ଦଳକୁ ସ୍ୱାଗତ କରି ଜେପି ନଡ୍ଡା କହିଲେ, ଦିନେଶ ତ୍ରିବେଦୀଙ୍କୁ ‘ବିଜେପି’କୁ ସ୍ୱାଗତ କରୁଛି। ମୁଁ ସବୁବେଳେ କହୁଥିଲି, ସେ ଅନୁପଯୁକ୍ତ ଦଳରେ ଉପଯୁକ୍ତ ବ୍ୟକ୍ତି, କିନ୍ତୁ ଏବେ ସେ ଉପଯୁକ୍ତ ଦଳରେ ସାମିଲ ହୋଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନରେ ଦିନେଶ ତ୍ରିବେଦୀ ସକ୍ରିୟ ଭୂମିକା ଗ୍ରହଣ କରିବେ।

Image Courtesy of Hindustan Times

ବିଜେପିରେ ଯୋଗ ଦେବା ପରେ ଦିନେଶ ତ୍ରିବେଦୀ କହିଲେ, ମୁଁ କଦାପି ବ୍ୟବସାୟରେ ଆଗ୍ରହୀ ନ ଥିଲି। ଆଜି ମୁଁ ‘ଜନତା ପରିବାର’ରେ ଯୋଗ ଦେଇଛି। ଅନ୍ୟ ଦଳରେ (ମୁଁ ସେ ଦଳର ନାଁ ନ ଧରିବି ନାହିଁ) ସେମାନେ ଜନତାଙ୍କର ନୁହେଁ, ପରିବାର ସେବା କରନ୍ତି। ରାଜ୍ୟର ପରିସ୍ଥିତି ବିଷୟରେ ପଶ୍ଚିମବଙ୍ଗରେ ଅନେକ ଲୋକ ମତେ ପଚାରୁଥିଲେ। ଏବର ରାଜ୍ୟ ସରକାରଙ୍କ ରାଜତ୍ୱରେ ବଙ୍ଗରେ ବ୍ୟାପକ ଦୁର୍ନୀତି ଚାଲିଛି।

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଥିବା ଦିନେଶ ଫେବ୍ରୁଆରି ୧୨ ଦିନ ସଂସଦରେ ବଜେଟ୍‌ ସଂକ୍ରାନ୍ତ ବିତର୍କ ସମୟରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଥିଲେ।

The post ବିଜେପିରେ ଯୋଗ ଦେଲେ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ଦିନେଶ ତ୍ରିବେଦୀ first appeared on Sambad.



from ରାଜନୀତି – Sambad https://ift.tt/3clOhXZ