କୋଲ୍‌କାତା: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ କେତେକ ଦୁର୍ବୃତ୍ତ ଦେଶୀ ବୋମା ଫିଙ୍ଗିବାରୁ ୬ଜଣ ବିଜେପି କର୍ମୀ ସାଙ୍ଘାତିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି।

ଆହତମାନଙ୍କ ମଧ୍ୟରେ ଅଛନ୍ତି, ଶୋଭନ ଦେବନାଥ, ବିକ୍ରମ ଶିଲ୍‌, ଅର୍ପଣ ଦେନାଥ, ସ୍ୱପନ୍‌ କୁରାଲି, ମହାଦେବ ନାଇକ ଏବଂ ଅନ୍ୟ ଜଣେ।
ଶୁକ୍ରବାର ରାତିରେ କିଛି ଲୋକଙ୍କ ସହ ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଦେଶୀ ବୋମା ଫିଙ୍ଗିଥିଲେ। ଅଧିକ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ‘କ୍ୟାନିଙ୍ଗ୍‌ ସବ୍‌ଡିଭିଜ୍‌ନ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି।

Image Courtesy of ANI

ସେମାନଙ୍କ ଉପରେ ହୋଇଥିବା ବୋମା ଆକ୍ରମଣ ନିମନ୍ତେ ଆହତ ବିଜେପି କର୍ମୀମାନେ ‘ତୃଣମୂଳ କଂଗ୍ରେସ’ କର୍ମୀମାନଙ୍କୁ ଦାୟୀ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏକ ବିବାହ ଅନୁଷ୍ଠାନରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ।

Image Courtesy of India Today

ଗୋସବା ବିଧାନସଭା ଆସନର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ସର୍କାର ଦାବି କରିଛନ୍ତି ଯେ, ବିଜେପି ନେତା ବରୁଣ ପରମାଣିକ କେତେକ ଦୁର୍ବୃତ୍ତଙ୍କ ସହାୟତାରେ ବୋମା ପୋତୁଥିବା ବେଳେ ବିସ୍ଫୋରଣ ଘଟିବାରୁ ଛଅଜଣ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଛନ୍ତି।

ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ପଶ୍ଚିମବଙ୍ଗରେ ଦେଶୀ ବୋମା ଆକ୍ରମଣ ଘଟଣାରେ ୬ ବିଜେପି କର୍ମୀ ଆହତ first appeared on Sambad.



from ରାଜନୀତି – Sambad https://ift.tt/3uYHbB1