ଭୁବନେଶ୍ବରର:  ବିଜେପିର ରୁଦ୍ଧଦ୍ୱାର ବୈଠକ ଶେଷ ହୋଇଛି। ନିର୍ବାଚନ ତାରିଖ ଘୋଷଣା ପରେ ପିପିଲି ଉପନିର୍ବାଚନକୁ ନେଇ ବସିଥିଲା ବିଜେପିର ରୁଦ୍ଧଦ୍ୱାର ବୈଠକ। ଭୁବନେଶ୍ବରସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡି.ପୁରେନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସଭାପତି ସମୀର ମହାନ୍ତି, ସଂପାଦିକା ଲେଖାଶ୍ରୀ ସାମନ୍ତସିହାଂର, ପୁରୀ ଜିଲ୍ଲା ବିଜେପି ସଭାପତିଙ୍କ ସହ ପୁରୀ ଓ ବ୍ରହ୍ମଗିରି ବିଧାୟକ ସାମିଲ ଥିଲେ। ପିପିଲି ଉପନିର୍ବାଚନରେ କ’ଣ ରହିବ ରଣନୀତି ଓ ବିଧାୟକ ପ୍ରାର୍ଥୀ ନାଁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଏହା ସହ ଦଳର ଅନ୍ୟ ପ୍ରସଂଗ ଏବଂ ସାଙ୍ଗଠନିକ ସ୍ଥିତି ସଂପର୍କରେ ମଧ୍ୟ ଆଲୋଚନା ହୋଇଛି।

The post ଓଡ଼ିଶା ପ୍ରଭାରୀ ଡି.ପୁରେନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ବିଜେପିର ରୁଦ୍ଧଦ୍ୱାର ବୈଠକ ଶେଷ first appeared on Sambad.

from ରାଜନୀତି | Sambad https://ift.tt/3vul2uH