
ଭୁବନେଶ୍ବର : ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଆସନ୍ତା ୨୩ ତାରିଖରେ ଏହାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ। ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଚାଲିଛି। ଆଜି ସିଇଓଙ୍କ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ପିପିଲି ନିମନ୍ତେ ୧.୧.୨୦୨୧କୁ ଯୋଗ୍ୟତା ତାରିଖ ଭାବେ ନେଇ ଚୂଡ଼ାନ୍ତ ଭୋଟର୍ ତାଲିକା ପ୍ରକାଶ ପାଇଛି। ମୋଟ୍ ୨,୨୯,୫୮୩ ଜଣ ଭୋଟର୍ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୧,୧୯,୦୨୦ ଜଣ ପୁରୁଷ ଓ ୧,୨୦,୫୬୧ ଜଣ ମହିଳା। ମୋଟ୍ ୩୪୮ ବୁଥ୍ରେ ମତାଦାତାମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ସମସ୍ତ ବୁଥ୍ରେ ଇଭିଏମ୍ ଓ ଭିଭିପ୍ୟାଟ୍ ବ୍ୟବହାର ହେବ। ଭୋଟର୍ମାନେ ମତଦାନ ପାଇଁ ୧୧ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ପାରିବେ।
ନିର୍ବାଚନ କମିସନ୍ଙ୍କ ଉପ ନିର୍ବାଚନ ଘୋଷଣା ପର ଠାରୁ ସଂପୃକ୍ତ ଜିଲ୍ଲା ସହ ଉପ ନିର୍ବାଚନ ହେଉଥିବା ବିଧାନସଭା ନିର୍ବାଚନମଣ୍ଡଳୀରେ ତତ୍କ୍ଷଣାତ୍ ଆଦର୍ଶ ଆଚରଣ ବିଧି ଲାଗୁ ହେଲା। ଉପନିର୍ବାଚନ ସମୟରେ କଡ଼ାକଡ଼ି ଭାବେ କୋଭିଡ୍ ନିୟମାବଳୀ ପାଳନ କରାଯିବ ବୋଲି ପ୍ରେସ୍ ଇସ୍ତାହାରରେ କୁହାଯାଇଛି।
The post ପିପିଲିରେ ସମସ୍ତ ବୁଥ୍ରେ ଇଭିଏମ୍, ଭିଭିପ୍ୟାଟ୍ ବ୍ୟବହାର ହେବ first appeared on Sambad.from ରାଜନୀତି | Sambad https://ift.tt/3bU7QaH
0 Comments