କୋଲକାତା : ଆଗାମୀ ବିଧାନସଭା ନିର୍ବାଚନରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛି ବିଜେପି। ବାଙ୍କୁରା ଜିଲ୍ଲାର ସାଲତୋରା ବିଧାନସଭା ଆସନରେ ବିଜେପି ଜଣେ ଗରିବ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ସାଲତୋରାର ବିଜେପି ପ୍ରାର୍ଥୀ ଚନ୍ଦନା ବାଉରୀ (୩୦) ଜଣେ ଦିନମଜୁରିଆଙ୍କ ସ୍ତ୍ରୀ। ବାଉରୀଙ୍କର ବଖରାଏ ଚାଳ ଘର (ପାଇଖାନା କିମ୍ବା ସପ୍ଲାଇ ପାଣି ନାହିଁ), ନଗଦ ଏବଂ ବ୍ୟାଙ୍କ ଜମା ୩୧,୯୮୫ ଥିବା ରିପୋର୍ଟରୁ ଜଣାପଡ଼ିଛି। ବାରୁଇଙ୍କ ସ୍ବାମୀ ଶ୍ରାବଣ ଜଣେ ମିସ୍ତ୍ରୀ। ତାଙ୍କର ଦିନକୁ ଆୟ ୪୦୦ ଟଙ୍କା।

ରିପୋର୍ଟରୁ ଜଣାପଡ଼ିଛି, ବାଉରୀଙ୍କ ଘରେ ଟଏଲେଟ୍‌ ନଥିବାରୁ ‌ସେମାନେ ଖୋଲା ଆକାଶ ତଳେ ନିକଟସ୍ଥ ପଡ଼ିଆକୁ ଯାଇ ନିତ୍ୟକର୍ମ କରନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗତବର୍ଷ ତାଙ୍କୁ ୬୦ ହଜାର ଟଙ୍କା ମିଳିଥିଲା। ସେଥିରେ ସେ ପକ୍କା ଘର ତିଆରି କରିଛନ୍ତି। ଚନ୍ଦନାଙ୍କ ପାଇଁ ପ୍ରଚାର କରୁଥିବା ବିଜେପି ନେତା କହୁଛନ୍ତି, ତୃଣମୂଳ ଦୁର୍ନୀତିଗ୍ରସ୍ତ। କିଛି ଉନ୍ନୟନମୂଳକ କାର୍ଯ୍ୟ କରିନାହିଁ। ମୋଦିଙ୍କ କଲ୍ୟାଣକାରୀ ଯୋଜନା ଆସିଥିବା ଟଙ୍କାକୁ ଆତ୍ମସାତ୍‌ କରି ଦେଇଛନ୍ତି। ଟଏଲେଟ୍‌ଠାରୁ ଘର ସ୍କିମ୍‌ ପର୍ଯ୍ୟନ୍ତ ସବୁଥିରୁ କଟ୍‌ମନି ଦେବାକୁ ପଡ଼ିଛି ତୃଣମୂଳ ନେତାଙ୍କୁ। ଏବେ ଚନ୍ଦନା ଘର ଘର ବୁଲି ଲୋକଙ୍କୁ ଏକଥା କହୁଛନ୍ତି।

The post ବାଙ୍କୁରାରେ ଦିନମଜୁରିଆଙ୍କ ପତ୍ନୀ ବିଜେପି ପ୍ରାର୍ଥୀ first appeared on Sambad.

from ରାଜନୀତି | Sambad https://ift.tt/3d5AkxJ