
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଶଶି ଥରୁରଙ୍କୁ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସଂସଦ ଭବନ ବାହାରେ ‘ଆଲିଙ୍ଗନ’ ମୁଦ୍ରାରେ କୁଣ୍ଢାଇ ଧରି ଥିବାର ଏକ ଫଟୋଚିତ୍ର ଆଜି (ବୁଧବାର) ମଧ୍ୟାହ୍ନରେ ଟୁଇଟରରେ ପ୍ରସାରିତ ହେବା ପରେ ଏହାକୁ କେନ୍ଦ୍ର କରି ନାନାରକମର ଆଲୋଚନା ଆରମ୍ଭ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସାଂସଦ ଭବନ ବାହାରେ ଶଶି ଥରୁରଙ୍କ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରି ତାଙ୍କ କାନରେ କିଛି ଫୁସ୍ଫୁସ୍ କରି କହୁଥିବା ଫଟୋରେ ଦେଖିବାକୁ ମିଳିଥିଲା। ଏବଂ ଏହି ସମୟରେ ମନ୍ତ୍ରୀଙ୍କର ରୁଦ୍ରାକ୍ଷ ପିନ୍ଧା ହାତଟି ଥରୁରଙ୍କ କାନ୍ଧ ଉପରେ ରହିଥିଲା!
ପୁଣି ସାମ୍ବାଦିକ ପାୟଲ ମେହେଟ୍ଟା ତାଙ୍କ ନିଜ ଟୁଇଟର ହାଣ୍ଡଲରେ ଏହି ଫଟୋଟିକୁ ପୋଷ୍ଟ କରିଥିଲେ। ଏବେ ଗେରୁଆ ପଗଡ଼ିରେ ଜି-୨୩ କଂଗ୍ରେସୀ ନେତାଙ୍କ ଫଟୋ ପରେ ଏବେ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ କେରଳ ଥିରୁବନନ୍ତପୁରମ୍ର ସାଂସଦ ଶଶି ଥରୁର୍ଙ୍କ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ବରିଷ୍ଠ ନେତା ଗରିରାଜ ସିଂହଙ୍କ ସହ ଏପ୍ରକାର ମୁଦ୍ରାରେ ଫଟୋ ଟୁଇଟର ହାଣ୍ଡେଲରେ ଭାଇରାଲ ହେବା ସହ କେରଳ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ପିସି ଚାକୋଙ୍କ ଆଜି ଅଚାନକ ଦଳରୁ ଇସ୍ତଫା ସ୍ୱାଭାବିକ ଭାବେ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଫଟୋକୁ କେନ୍ଦ୍ର କରି ବିଭିନ୍ନ ରକମର କଳ୍ପନାଜଳ୍ପନା ମଧ୍ୟ ଦାନା ବାନ୍ଧୁଥିଲା।
This was when i told @girirajsinghbjp that a Department of Fisheries in a larger Ministry of Animal Husbandry is not the same as a Ministry of Fisheries, which @inCIndia & @RahulGandhi have rightly been asking for (& as i have done since 2014) https://t.co/NTOwVlYq4V
— Shashi Tharoor (@ShashiTharoor) March 10, 2021
ତେବେ, ସନ୍ଧ୍ୟାରେ କଂଗ୍ରେସ ସାଂସଦ ଶଶି ଥରୁର୍ ଫଟୋ ପଛର କାହାଣୀକୁ ନିଜ ଟୁଇଟର ହାଣ୍ଡେଲରେ ଖୁଲାସା କରିଛନ୍ତି। ଥରୁର୍ ଲେଖିଛନ୍ତି, ‘ଯେତେବେଳେ ମୁଁ ସିଂହଙ୍କୁ କହିଥିଲି ଯେ ଏକ ବୃହତ ପଶୁପାଳନ ମନ୍ତ୍ରାଳୟ ଅଧୀନରେ ଥିବା ମତ୍ସ୍ୟ ବିଭାଗ ମତ୍ସ୍ୟ ମନ୍ତ୍ରାଳୟ ସହିତ ସମାନ ନୁହେଁ, ଯାହା ରାହୁଲ ଗାନ୍ଧୀ ମାଗିଛନ୍ତି, ସେତେବେଳେ ସେ ତାଙ୍କ ପ୍ରତିକ୍ରିୟାରେ ମୋତେ ଆଲିଙ୍ଗନ କରିଥିଲେ’।
The post କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କାହିଁକି କରିଥିଲେ ‘ଆଲିଙ୍ଗନ’? କାରଣ ଖୁଲାସା କଲେ କଂଗ୍ରେସ ସାଂସଦ ଶଶି ଥରୁର୍ first appeared on Sambad.
from ରାଜନୀତି – Sambad https://ift.tt/2PUv3kF
0 Comments