ଭୁବନେଶ୍ବର: ଗତ କିଛି ଦିନ ତଳେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଲୋକସଭା ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କର ନିଖୋଜ ପୋଷ୍ଟର ଲାଗିଥିଲା। ଏହି ଖବର ପାଇବା ପରେ ଦିଲ୍ଲୀରେ ଥିବା ସାଂସଦ ଅପରାଜିତା କହିଥିଲେ କି ସେ ଭୁବନେଶ୍ବର ପହଞ୍ଚି ଏହି ଘଟଣା ସଂପର୍କରେ ବୟାନ ରଖିବେ। ଆଜି ନୂଆଦିଲ୍ଲୀରୁ ଆସି ଭୁବନେଶ୍ବର ପହଞ୍ଚି ଏ ବା‌ବତରେ ମତ ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ସେ କହିଛନ୍ତି, ‘‘ଜାନୁଆରୀ ୨୯ରୁ ୧୩ ଫେବ୍ରୁଆରିରୁ ବଜେଟ ଅଧିବେଶନ ଥିଲା । ମୁଁ ସଂସଦରେ ଉପସ୍ଥିତ ଥିଲି । ଶୁଣିବାକୁ ପାଇଲି ଯେ ନିଖୋଜ ପୋଷ୍ଟର ଲାଗିଛି । ମୁଁ ୮ମାର୍ଚ୍ଚରୁ ୮ ଏପ୍ରିଲ ପର୍ଯ୍ୟନ୍ତ ମଧ୍ୟ ମୁଁ ସଂସଦରେ ରହିବି । ଏଇଟା ମୋର ଦାୟିତ୍ୱ ଓ କର୍ତବ୍ୟ । ସବୁବେଳେ ଭୁବନେଶ୍ୱରବାସୀ ମନେପଡନ୍ତି, ଓଡ଼ିଶାବାସୀ ବି ମନେପଡନ୍ତି । ଯେଉଁମାନେ ପୋଷ୍ଟର ମାରିଥିଲେ ସେମାନଙ୍କୁ ଅନୁରୋଧ, ପ୍ରତି ଗଳି କନ୍ଦିରେ ପୋଷ୍ଟର ମାରନ୍ତୁ । ଏଥର ବହୁତ କମ ପୋଷ୍ଟର ଲାଗେଇଥିଲେ । ପୋଷ୍ଟେର ଲଗେଇଲେ ମୋତେ ବହୁତ ସାହାଯ୍ୟ ମିଳୁଛି।’’

ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ଲାଗି ଜାରି ହୋଇଥିବା ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ କାହିଁକି ଚୁପ ବୋଲି ପ୍ରଶ୍ନ ଉଠାଇ ଥିଲେ ତାଙ୍କ ବିରୋଧୀ। ଏହା ପରେ ଅପରାଜିତାଙ୍କ ନିଖୋଜ ପୋଷ୍ଟର ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା ।

The post ନିଖୋଜ ପୋଷ୍ଟର ପ୍ରସଙ୍ଗରେ ମୁହଁ ଖୋଲିଲେ ଅପରାଜିତା : ଏଥର ବହୁତ କମ୍ ଲାଗିଲା, ପୋଷ୍ଟେର ଲଗାଇଲେ ମୋତେ ବହୁତ ସାହାଯ୍ୟ ମିଳୁଛି first appeared on Sambad.



from ରାଜନୀତି – Sambad https://ift.tt/3pfGC1G