କୋଲ୍‌କାତା: ଆଜି ଶୁଭାରମ୍ଭ ହେବାକୁ ଯାଉଥିବା ‘ମା ଯୋଜନା’ରେ ମାତ୍ର ୫ ଟଙ୍କା ମୂଲ୍ୟରେ ପଶ୍ଚିମବଙ୍ଗ ସରକାର ଭୋଜନ ଯୋଗାଇ ଦେବେ ବୋଲି ଜଣାପଡ଼ିଛି। ବିଧାନସଭା ନିର୍ବାଚନ ପ୍ରତି ଦୃଷ୍ଟି ଦିଆଯାଇ ଆରମ୍ଭ ହେବାକୁ ଯାଉଥିବା ଏହି ଯୋଜନାର ନାମକରଣ ତୃଣମୂଳ କଂଗ୍ରେସ ପାର୍ଟିର ସ୍ଲୋଗାନ୍‌ ‘ମା, ମାଟି, ମାନୁଷ’ରୁ କରାଯାଇଛି।

ଏହି ୫ଟଙ୍କିଆ ଭୋଜନ ପ୍ଲେଟ୍‌ରେ ରହିବ ଭାତ, ଡାଲି, ପନିପରିବା ତରକାରି ଏବଂ ଅଣ୍ଡା। ନିର୍ଦ୍ଧାରିତ ସମୟରେ ହିଁ ଏହି ଭୋଜନ ଉପଲବ୍ଧ ହେବ।

Image Courtesy of Economic Times

ପ୍ରାପ୍ତ ସୂଚନା ଅନୁସାରେ, କୋଲ୍‌କାତାରେ ଆରମ୍ଭ ହେବାକୁ ଯାଉଥିବା ଏହି ଯୋଜନା ନିମନ୍ତେ ୧୬ଟି ଏକ ପ୍ରକାରର ରୋଷଶାଳ ବ୍ୟବସ୍ଥା କରାଯାଇଛି। ଧୀରେ ଧୀରେ ଏହି ଯୋଜନା ରାଜ୍ୟର ଅନ୍ୟ ସହର ଏବଂ ନଗରକୁ ସମ୍ପ୍ରସାରଣ କରାଯିବ।

ସୂଚନାଯୋଗ୍ୟ, ଏ ବର୍ଷ ମାର୍ଚ-ଏପ୍ରିଲ୍‌ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ କରାଯିବ। ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗକୁ ବିଜେପିର ପ୍ରବେଶ ଗଭୀର ହୋଇଥିବାରୁ ଶାସକ ତୃଣମୂଳ କଂଗ୍ରେସ ପାଇଁ ଏଥର ବିଧାନସଭା ନିର୍ବାଚନ ପ୍ରମୁଖ ଆହ୍ଵାନ ପାଲଟିଛି।

ନନ୍ଦୀଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ମାସରେ ତୃଣମୂଳ କଂଗ୍ରେସର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।

The post ‘ମା ଯୋଜନା’ରେ ୫ ଟଙ୍କାରେ ଭାତ, ଡାଲି ଓ ଅଣ୍ଡା ଯୋଗାଇ ଦେବେ ମମତା ବାନାର୍ଜୀଙ୍କ ସରକାର first appeared on Sambad.



from ରାଜନୀତି – Sambad https://ift.tt/2NtE7eM