
ଭୁବନେଶ୍ବର: ବିଜେଡିର ନୂଆ ସହପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି । ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଏହି ଘୋଷଣା କରାଯାଇଛି। ସୁନ୍ଦରଗଡ ଜିଲ୍ଲା ପାଇଁ କୁନା ବିହାରୀ ଦାସ ସହପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେହିପରି ସୁନ୍ଦରଗଡ ବିଧାନସଭା କ୍ଷେତ୍ର ପାଇଁ ଦେବାଶିଷ ମଲ୍ଲିକ, ତଳସରା ପାଇଁ ଦେବୀ ପ୍ରସାଦ ତ୍ରିପାଠୀ, ବଣାଇ ପାଇଁ ରଞ୍ଜିତ ମହାପାତ୍ର ନିଯୁକ୍ତ ହୋଇଛନ୍ତି । ତାଙ୍କ ସହ ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସଂଗ୍ରାମକେଶରୀ ପାଇକରାୟ, ରଘୁନାଥପାଲି ପାଇଁ ଶିଶିର ପରିଜା, ରାଜଗାଙ୍ଗପୁର ପାଇଁ ଆଶିଷ ଚକ୍ରବର୍ତ୍ତୀ ଓ ରାଉରକେଲା ପାଇଁ ଅସିତ ପଟ୍ଟନାୟକ ସହପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।
The post ୭ଟି ନିର୍ବାଚନମଣ୍ଡଳୀ ଓ ଗୋଟିଏ ଜିଲ୍ଲା ପାଇଁ ଘୋଷଣା ହେଲା ବିଜେଡିର ନୂଆ ସହପର୍ଯ୍ୟବେକ୍ଷକ ତାଲିକା first appeared on Sambad.
from ରାଜନୀତି – Sambad https://ift.tt/3ru4eRF
0 Comments