କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଛାଡ଼ି ଯାଇ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ନେତାମାନଙ୍କର ଆଜି କଡ଼ା ସମାଲୋଚନା କରିବା ସହ ସେମାନଙ୍କର ଜୋରଦାର କଟାକ୍ଷ କରିଛନ୍ତି ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସହକର୍ମୀଙ୍କ ଉପରେ ବିଷୋଦଗାର କରି ଏକ ରାଲିରେ କହିଛନ୍ତି ଯେ ଦଳର କିଛି ଅମାନିଆ, ଦୁଷ୍ଟ, ଦୁବୃର୍ତ୍ତ ଓ ନଷ୍ଟ ଗାଈ ଏବେ ଦଳ ଛାଡ଼ି ଯାଇ ବିଜେପିରେ ଯୋଗ ଦେଇଛନ୍ତି। ବିଜେପିରେ ନୂତନ ଭାବେ ଯୋଗ ଦେଇଥିବାରୁ ସେମାନେ ବର୍ତ୍ତମାନ ବହୁତ ଶବ୍ଦ କରୁଛନ୍ତି… ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବୁମ୍ବା ବୁମ୍ବା, ବମ୍ବା ବମ୍ବା’…

ସୁଶ୍ରୀ ବାନାର୍ଜୀ ବିଜେପିରେ ଯୋଗ ଦେଇଥିବା ତାଙ୍କ ପୂର୍ବତନ ସହକର୍ମୀଙ୍କୁ ଅପମାନିତ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର ହେବା ସହ ଭାଇରାଲ ହୋଇଛି ଏବଂ ସେ ତାଙ୍କ ଭାଷଣରେ ଏକ ଧାଡ଼ିରେ ଅନେକ ମନ୍ତବ୍ୟ ଦେଇଛନ୍ତି… ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା କାମ୍ବା, ଡୁମ୍ବା ଡୁମ୍ବା, ବୁମ୍ବା ବୁମ୍ବା, ବମ୍ବା ବମ୍ବା’… ଉଲ୍ଲେଖଯୋଗ୍ୟ, ଟିଏମ୍‌ସିର ୧୮ ଜଣ ବିଧାୟକ ଏବଂ ଜଣେ ସାଂସଦ ଟିଏମ୍‌ସି ବରିତ୍ୟାଗ କରି ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ବିଜେପିରେ ଏବେ ଟିଏମ୍‌ସି ନେତାଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଛି।

The post ଦଳତ୍ୟାଗୀଙ୍କୁ କଟାକ୍ଷ କରି ମମତା ବାନାର୍ଜୀ କହିଲେ: ‘ହାମ୍ବା ହାମ୍ବା, ରାମ୍ବା ରାମ୍ବା, କାମ୍ବା, ଡୁମ୍ବା...’ first appeared on Sambad.



from ରାଜନୀତି – Sambad https://ift.tt/3rBZn0K