କୋଲ୍‌କାତା: ଆଜି କୂଚ୍‌ବିହାରରେ ବିଜେପିର ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ କରିବା ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କହିଲେ ଯେ, ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ହିଂସାର ଶାସନକୁ ବଦଳାଇ ରାଜ୍ୟକୁ ବିକାଶ ଆଣିବା। ବଙ୍ଗରେ ଜୟ ଶ୍ରୀରାମ ସ୍ଲୋଗାନ୍‌ ଦେବା କ’ଣ ପାଇଁ ଅପରାଧ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି, ବଙ୍ଗରେ ଏଭଳି ପରିବେଶ ସୃଷ୍ଟି କରାଯାଇଛି ଯେ, ଜୟ ଶ୍ରୀରାମ ସ୍ଲୋଗାନ୍‌ ଦେବା ବି ଅପରାଧ। ମମତା ଦିଦି ଯଦି ଏଠାରେ ଜୟ ଶ୍ରୀରାମ ସ୍ଲୋଗାନ୍‌ ଦିଆ ନ ଯାଏ, କ’ଣ ପାକିସ୍ତାନରେ ଦିଆଯିବ? ମୁଁ କଥା ଦେଉଛି ନିର୍ବାଚନ ଶେଷ ହେବା ବେଳକୁ ମମତା ଦିଦି ମଧ୍ୟ ଜୟ ଶ୍ରୀରାମ କହିବେ।

Image Courtesy of HT

କୂଚ୍‌ବିହାରରେ ଉଦ୍‌ବୋଧନ ଦେଇ ସେ ଉତ୍ତରବଙ୍ଗର ରାଜପରିବାର ପ୍ରସଙ୍ଗ ଉଠାଇବା ସହ କହିଲେ ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି ଅଞ୍ଚଳ ସର୍ବାଗ୍ରେ ଥିଲା। ମମତା ବାନାର୍ଜୀଙ୍କ ଶାସନକାଳରେ ବଙ୍ଗ ଏବେ ଅନୁପ୍ରବେଶକାରୀଙ୍କଦ୍ୱାରା ପୂର୍ଣ୍ଣ ହୋଇଯାଇଛି।

୨୦୨୧ ବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରାଙ୍କ ଶାସନର ଅବସାନ ଘଟାଇ ବିଜେପି ୨୦୦ ଆସନରେ ବିଜୟୀ ହେବ ବୋଲି ଅମିତ ଶାହ କହିଛନ୍ତି।

The post ବଙ୍ଗରେ ନୁହେଁ ତ କ’ଣ ପାକିସ୍ତାନରେ ଜୟଶ୍ରୀରାମ ସ୍ଲୋଗାନ୍‌ ଦିଆଯିବ: ଅମିତ ଶାହ first appeared on Sambad.



from ରାଜନୀତି – Sambad https://ift.tt/3d1FYT5