
ପୁଡୁଚେରି: ଭି ନାରାୟଣସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇବାର ଦିନକ ପରେ ଆଜି (ଗୁରୁବାର) କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଫେବ୍ରୁଆରି ୨୨ରେ ପୁଡୁଚେରି ପ୍ରଶାସକଙ୍କଠାରୁ ଏକ ରିପୋର୍ଟ ପାଇବା ପରେ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଶାସକଙ୍କ ରିପୋର୍ଟ ଏବଂ ଅନ୍ୟାନ୍ୟ ସୂଚନା ଉପରେ ବିଚାର କରିବା ପରେ ରାଷ୍ଟ୍ରପତିଙ୍କ ହୃଦବୋଧ ହୋଇଛି ଯେ ବର୍ତ୍ତମାନର ପରିସ୍ଥିତିରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରି ପ୍ରଶାସନ ୟୁନିଅନ ଟେରିଟୋରି ଆକ୍ଟ, ୧୯୬୩ର ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିପାରିବ ନାହିଁ। ତେଣୁ, ବର୍ତ୍ତମାନ, ଆଇନର ଧାରା ୫୧ ଦ୍ୱାରା ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି, ମୁଁ ପୁଡୁଚେରିର ୧୫ ତମ ବିଧାନସଭା ଗଠିତ ନହେବା ବିଧାନସଭାକୁ ସ୍ଥଗିତ ରଖୁଛି।
କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପଦକ୍ଷେପ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୁଡୁଚେରିର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ବିଧାନସଭାରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଇସ୍ତଫା ଦେଇଥିଲେ।
The post ପୁଡୁଚେରିରେ ଜାରି ହେଲା ରାଷ୍ଟ୍ରପତି ଶାସନ, କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ first appeared on Sambad.
from ରାଜନୀତି – Sambad https://ift.tt/3kojCNh
0 Comments