
କୋଲକାତା : ପଶ୍ଚିମବଂଗରେ ଏବେ ତୃଣମୂଳ କଂଗ୍ରେସ, ସିପିଏମ୍, ସିପିଆଇ ଓ କଂଗ୍ରେସ ଦଳର ଶତାଧିକ ନେତା ଓ କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗ ଦେବାକୁ ଚାହୁଛନ୍ତି। ବିଜେପି ମହାସଚିବ କୈଳାସ ବିଜୟବର୍ଗୀୟ କହିଛନ୍ତି, ସମସ୍ତେ ଜାଣନ୍ତି ରାଜ୍ୟରେ ବିଜେପି କ୍ଷମତାକୁ ଆସିବ। ସେଥିପାଇଁ ସମସ୍ତେ ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି। ଏହା ବିଜେପି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଗତ କିଛିଦିନ ମଧ୍ୟରେ ତୃଣମୂଳର ବହୁ ମନ୍ତ୍ରୀ, ବିଧାୟକ ବିଜେପିରେ ସାମିଲ ହୋଇ ସାରିଛନ୍ତି। ଏହି ଧାରା ଆଗକୁ ମଧ୍ୟ ଜାରି ରହିବ।
ସୂଚନାଯୋଗ୍ୟ, ଗତ ତିନି ମାସ ମଧ୍ୟରେ ତୃଣମୂଳର ଦଶ ଜଣ ବିଧାୟକ ଦଳତ୍ୟାଗ କରି ବିଜେପିରେ ସାମିଲ ହୋଇସାରିଛନ୍ତି। ଆଜି ଡାଇମଣ୍ଡ ହାରବର ତୃଣମୂଳ ବିଧାୟକ ଦୀପକ ହଳଧର ଏବଂ ତାଙ୍କର ଅନେକ ଅନୁଗାମୀ ଦଳରୁ ଇସ୍ତଫା ଦେଇଛନ୍ତି।
The post ପଶ୍ଚିମବଙ୍ଗ: ଅନ୍ୟ ଦଳରୁ ଆସୁଥିବା ନେତାଙ୍କୁ ନେଇ ବିଜେପିରେ ସଙ୍କଟ first appeared on Sambad.
from ରାଜନୀତି – Sambad https://ift.tt/36ytu0T
0 Comments