
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସମସ୍ତ ମଣ୍ଡିରେ ଜାରି ରହିଛି ଅଚଳାବସ୍ଥା। ମଣ୍ଡି ପରିଚାଳନାରେ ଓଡ଼ିଶା ସରକାର ଫେଲ୍ ମାରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଆଜିବି ଖୋଲା ଆକାଶ ତଳେ ପଡ଼ିରହିଛି ଚାଷୀର କଷ୍ଟ ଉପାର୍ଜିତ ହଜାର ହଜାର ବସ୍ତା ଧାନ। ମଣ୍ଡିରୁ ଧାନ ନଉଠିବା ତଥା ମଣ୍ଡିରେ ଅବ୍ୟବସ୍ଥା ପ୍ରସଙ୍ଗରେ ବୁଧବାର ସ୍ଥାନୀୟ ଭବାନୀପାଟଣା ସର୍କିଟ୍ ହାଉସ୍ରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆସନ୍ତା ୫ ତାରିଖରେ ମଣ୍ଡି ଗୁଡ଼ିକରେ ଧାନ କ୍ରୟ ନହେଲେ ଜିଲ୍ଲାର ସମସ୍ତ ମଣ୍ଡି ସାମ୍ନାରେ ବିଜେପି ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ବିରୋଧୀଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଗଣଧାରଣାର ୭୨ ଘଣ୍ଟା ମଧ୍ୟରେ ଦାବି ପୂରଣ ନହେଲେ ମଣ୍ଡିର ସାମ୍ନା ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥକୁ ଅବରୋଧ ନିଷ୍ପତ୍ତି ଘୋଷଣା କରିଛନ୍ତି। ସମ୍ମିଳନୀରେ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ଉପସଭାପତି ପ୍ରଶାନ୍ତ ସାହୁ, ସାଧରଣ ସମ୍ପାଦକ ଯୁଗଳ ପୋଢ଼, ଜୟଶଙ୍କର ନାୟକ, କୃଷକ ମୋର୍ଚ୍ଚା ସଭାପତି ବସନ୍ତ ପୁରୋହିତ, ଯୁବ ମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ବରିଷ୍ଠ ନେତା ଭାରତ ଭୂଷଣ ଦେଓ, ରମେଶ ମାଝୀ, ପ୍ରଦୀପ ନାୟକ, ଭାନୁପ୍ରକାଶ ରଥ, ଭଣ୍ଡେଶ୍ୱର ମହାପାତ୍ର, ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post ୫ ତାରିଖ ସୁଦ୍ଧା ଧାନ କ୍ରୟ ନକଲେ ସମସ୍ତ ମଣ୍ଡିରେ ଧାରଣା first appeared on Sambad.
from ରାଜନୀତି – Sambad https://ift.tt/39K9gn7
0 Comments