ନୂଆଦିଲ୍ଲୀ: ମୋଦୀ ସରକାର ସୋମବାର ସଂସଦରେ ଆଗତ କରିଥିବା କେନ୍ଦ୍ର ବଜେଟ-୨୦୨୧ରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ସେସ୍ ଆଦାୟ କରିବା ପାଇଁ ଘୋଷଣା କରି ତୈଳ ଦରରେ ମୂଲ୍ୟ ବୃଦ୍ଧି ଘଟାଇଛନ୍ତି। ତେବେ, ଏହି ଘଟଣାରେ, ବଜେଟ୍ର ଦିନକ ପରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଆଜି ମୋଦୀ ସରକାରଙ୍କର କଡ଼ା ସମାଲୋଚନା କରିଛନ୍ତି।
ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ତାଙ୍କ ଟ୍ଵିିଟର ହାଣ୍ଡଲରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ରାମଙ୍କ ଭାରତରେ ପେଟ୍ରୋଲ ୯୩, ସୀତାଙ୍କ ନେପାଳରେ ୫୩, ରାବଣର ଲଙ୍କାରେ ୫୧’…
— Subramanian Swamy (@Swamy39) February 2, 2021
ଉଲ୍ଲେଖଯୋଗ୍ୟ, ଦେଶର ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଷଷ୍ଠ ଦିନ ପାଇଁ ଅପରିବର୍ତ୍ତିତ ରହଛି। ଦିଲ୍ଲୀ ଏବଂ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ଯଥାକ୍ରମେ ୮୬.୩୦ ଟଙ୍କା ଏବଂ ୯୨.୮୬ ଟଙ୍କା ରହିଛି। ଅନ୍ୟପକ୍ଷରେ ଡିଜେଲ ଲିଟର ପିଛା ୮୩.୩୦ ଟଙ୍କା ରହିଛି।
ଏ ପରିସ୍ଥିତିରେ କେନ୍ଦ୍ର ସରକାର ସୋମବାର ଦିନ ସଂସଦରେ ଆଗତ କରିଥିବା ୨୦୨୧ ବଜେଟରେ କୃଷି ଭିତ୍ତିଭୂମି ଏବଂ ବିକାଶ ସେସ୍ ନାମରେ ପେଟ୍ରୋଲର ଲିଟର ପିଛା ଦର ଉପରେ ୨.୫୦ ଟଙ୍କା ଓ ଡିଜେଲର ଲିଟର ପିଛା ଦର ଉପରେ ୪ ଟଙ୍କା ଆଦାୟ କରିବେ ବୋଲି ଘୋଷଣା କରିଛନ୍ତି। ଏହି ସେସ୍ ଆଦାୟ ହେଲେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିବ ଏବଂ ଲୋକଙ୍କ ଉପରେ ଆର୍ଥିକ ଚାପ ବଢ଼ିବ।
The post ‘ରାମଙ୍କ ଭାରତରେ ପେଟ୍ରୋଲ ୯୩, ସୀତାଙ୍କ ନେପାଳରେ ୫୩, ରାବଣର ଲଙ୍କାରେ ୫୧’... ମୋଦୀ ସରକାରକୁ କଟାକ୍ଷ କଲେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ first appeared on Sambad.
from ରାଜନୀତି – Sambad https://ift.tt/3rjdJ6f
0 Comments