କୋଲକାତା: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି (ଗୁରୁବାର) ପଶ୍ଚିମବଙ୍ଗରେ ପରିବର୍ତ୍ତନ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ ଆରମ୍ଭ କରଛନ୍ତି। ଏହି ଅବସରରେ ଦକ୍ଷିଣ ୨୪ପରଗାନା ଜିଲ୍ଲାରେ ଦଳ ପକ୍ଷରୁ ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ଯଦି ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ବିଜୟ ହାସଲ କରେ ତେବେ ରାଜ୍ୟରେ ସପ୍ତମ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରାଯିବ ଏବଂ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷିତ ହୋଇ ରହିବ।

ବଙ୍ଗଳାକୁ ‘ସୋନାର ବଙ୍ଗଳା’ କରିବାକୁ ଚାହୁଁଥିବା ପ୍ରତିଶ୍ରୁତି ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଦଳର ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ସ୍ଥିତି ସୁଧାରିବା ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସରକାରକୁ ହଟାଇବା ନୁହେଁ। ପଶ୍ଚିମବଙ୍ଗରେ ବିଜେପିର ସରକାର ଯଦି କ୍ଷମତାକୁ ଆସିବ ତେବେ ମହିଳାମାନଙ୍କୁ ୩୩ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରିବେ ଏବଂ ସପ୍ତମ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବେ ଏବଂ ବାତ୍ୟା ଆମ୍ଫାନ ରିଲିଫ ପାଣ୍ଠି ବିତରଣରେ ହୋଇଥିବା ଦୁର୍ନୀତିର ଯାଞ୍ଚ କରିବୁ।

OutLookIndia

ବଙ୍ଗଳାକୁ ‘ସୋନାର ବଙ୍ଗଳା’ କରିବା ପାଇଁ ଏହା ହେଉଛି ବିଜେପିର ଲଢ଼େଇ। ଏହି ସଂଗ୍ରାମ ଏବେ ଆମର ବୁଥ୍‌ କର୍ମୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି)ର ସିଣ୍ଡିକେଟ୍‌ ମଧ୍ୟରେ ଚାଲିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ଯେ ମମତା ବାନାର୍ଜୀଙ୍କୁ ହଟାଇ ବିଜେପିକୁ ସରକାରକୁ ଆଣିବା ଦଳର ଲକ୍ଷ୍ୟ ନୁହେଁ ବରଂ ପଶ୍ଚିମବଙ୍ଗର ପରିସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁନିଶ୍ଚିତ କରିବା ହେଉଛି ବିଜେପିର ଲକ୍ଷ୍ୟ। ଆମର ଲକ୍ଷ୍ୟ ହେଉଛି ପଶ୍ଚିମବଙ୍ଗର ପରିସ୍ଥିତିରେ ପରିବର୍ତ୍ତନ, ରାଜ୍ୟର ଗରିବଙ୍କ ପରିସ୍ଥିତିରେ ପରିବର୍ତ୍ତନ, ରାଜ୍ୟର ମହିଳାଙ୍କ ପରିସ୍ଥିତିରେ ପରିବର୍ତ୍ତନ ଆଣିବାକୁ ସୁନିଶ୍ଚିତ କରିବା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।

The post ବଙ୍ଗଳାକୁ ‘ସୋନାର ବଙ୍ଗଳା’ କରିବା ସହ ସବୁ ସ୍ତରରେ ପରିବର୍ତ୍ତନ ଆଣିବା ହେଉଛି ବିଜେପିର ଲକ୍ଷ୍ୟ: ଅମିତ ଶାହା first appeared on Sambad.



from ରାଜନୀତି – Sambad https://ift.tt/2ZqN4sj