ବେଙ୍ଗାଲୁରୁ : ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କଂଗ୍ରେସକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଦୁଇ ବରିଷ୍ଠ ନେତା ଡିକେ ଶିବକୁମାର ଏବଂ ଏବଂ ବିରୋଧୀ ଦଳ ନେତା ସିଦ୍ଧରାମେୟା ଏବେଠାରୁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି। ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧର ପ୍ରଭାବ ଦଳୀୟ ସଂଗଠନ ଉପରେ ପଡ଼ିଛି ଏବଂ ବିଭିନ୍ନ ଅଂଚଳରେ କର୍ମୀ ମହଲରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ଏଭଳି ସ୍ଥିତି ଜାରି ରହିଲେ ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସର ଆଶା ଧୂଳିସାତ ହୋଇଯିବ ବୋଲି ଅନେକ ନେତା ଚିନ୍ତା ପ୍ରକଟ କରିଛନ୍ତି। ଜେଡିଏସ୍‌ ସହ ମେଣ୍ଟ ନେଇ ସିଦ୍ଧରାମେୟା ତାଙ୍କର ବିରୋଧ ଜାରି ରଖିଥିବା ବେଳେ ନିକଟରେ ପୌର ନିର୍ବାଚନରେ କେତେକ ସ୍ଥାନରେ ଶିବକୁମାରଙ୍କ ଉଦ୍ୟମରେ ଦଳ ଜେଡିଏସ୍‌ ସହ ହାତ ମିଳାଇଥିବାରୁ ଏହାକୁ ସେ ଘୋର ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଉପରେ ଆଖି ରଖି ଏହି ଦୁଇ ନେତା ଏବେ ମୁହାଁମୁହିଁ ସ୍ଥିତିକୁ ଆସିଯାଇଥିବାରୁ ଆଗକୁ କଂଗ୍ରେସ କନ୍ଦଳ ବିସ୍ଫୋରକ ରୂପ ନେବ ବୋଲି କୁହାଯାଉଛି।

The post ଶିବକୁମାର-ସିଦ୍ଧରାମେୟା ଶୀତଳଯୁଦ୍ଧ first appeared on Sambad.



from ରାଜନୀତି – Sambad https://ift.tt/37Y8EZH