
ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଭାରତର ନିର୍ବାଚନ କମିସନ୍ ତାରିଖ ଘୋଷଣା କରି ନାହାନ୍ତି। ଯେ କୌଣସି ମୂହୁର୍ତ୍ତରେ ତାରିଖ ଘୋଷଣା ହୋଇପାରେ। ଏଥି ପାଇଁ ଓଡ଼ିଶାରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମତଦାନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା କର୍ମଚାରୀମାନଙ୍କୁ ଆସନ୍ତାକାଲି ଠାରୁ ତାଲିମ୍ ଦିଆଯିବ। ଏ ସମ୍ପର୍କରେ ସିଇଓ ସୁଶୀଲ ଲୋହାନି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଉପନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଏଥି ପାଇଁ ଆମେ ପ୍ରସ୍ତୁତ ଅଛୁ। କୋଭିଡ୍ ପାଇଁ ପିପିଲିରେ ବୁଥ୍ ସଂଖ୍ୟା ବଢ଼ାଯିବ। ପ୍ରତି ବୁଥ୍ରେ ସର୍ବାଧିକ ଏକ ହଜାର ଭୋଟର୍ ମତଦାନ କରିପାରିବେ। ଫଳରେ ବୁଥ୍ରେ ଭିଡ଼କୁ ଏଡ଼ାଇ ହେବ। ତାରିଖ ଘୋଷଣା ପରେ ନିର୍ବାଚନ ପ୍ରକ୍ରିୟାର ଚୂଡ଼ାନ୍ତ ପ୍ରସ୍ତୁତି ହେବ ବୋଲି ସେ କହିଛନ୍ତି।
ଗତ ବର୍ଷ ଅକ୍ଟୋବର ୪ ତାରିଖରେ ପିପିଲିର ତତ୍କାଳୀନ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ନିୟମ ଅନୁଯାୟୀ ୬ ମାସ ଭିତରେ ଉପନିର୍ବାଚନ ପ୍ରକ୍ରିୟା ସରିବା କଥା। ଅର୍ଥାତ ଏପ୍ରିଲ୍ ୪ ପୂର୍ବରୁ ପିପିଲିରେ ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।
The post ପିପିଲି ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ସିଇଓ first appeared on Sambad.
from ରାଜନୀତି – Sambad https://ift.tt/3sZ2nWm
0 Comments