ନୂଆଦିଲ୍ଲୀ: ଦିଲ୍ଲୀରେ ଶାସନରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ (ଆପ୍) ପାର୍ଟି ଏବେ ୬ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ଯାଉଛି । ଆପର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  ଆସନ୍ତା ୨ ବର୍ଷ ମଧ୍ୟରେ ୬ଟି  ରାଜ୍ୟରେ  ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆପ୍ ପ୍ରାର୍ଥୀ ଦେବ। ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ, ପଞ୍ଜାବ ଓ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ଆପ୍ ।

କାର୍ଯ୍ୟକାରିଣୀ ବୈଠକରେ ଦଳର ସୁପ୍ରିମୋ କେଜ୍ରିୱାଲ କହିଛନ୍ତି, ଆଜିକାଲି ଦେଶର କୃଷକ ବହୁତ ଦୁଃଖରେ ଜୀବନ କାଟୁଛନ୍ତି । ଗତ ୨୫ ବର୍ଷ ଭିତରେ ପ୍ରାୟ ୩ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କଲେଣି । ଆଉ ଗତ ଜାନୁଆରୀ ୨୬ ତାରିଖରେ ଯେଉଁ ହିଂସାକାଣ୍ଡ ଘଟିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ଏହି ହିଂସାକାଣ୍ଡରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ନଧରି କୃଷକଙ୍କ ଉପରେ ମାମଲା ରୁଜୁ କରାଯାଉଛି । କୃଷକଙ୍କ ପ୍ରତି ଅନ୍ୟାୟ କରାଯାଉଛି ।

ତେବେ କୃଷକ ଆନ୍ଦୋଳନ ଯେଉଁ ଯେଉଁ ରାଜ୍ୟରେ ତେଜିବାରେ ଲାଗିଛି, ସେଠାରେ ମୋଦି ବିରୋଧୀ ନାରା ଶୁଣିବାକୁ ମିଳୁଛି । ଯଦି କୃଷି ଆଇନକୁ କେନ୍ଦ୍ର ପ୍ରତ୍ୟାହାର ନକରେ ତେବେ ୬ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିର ସମର୍ଥନକୁ କ୍ଷତି ପହଞ୍ଚି ପାରେ ବୋଲି ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆପ୍ ଏହି ସବୁ ରାଜ୍ୟରେ ନିଜର ପ୍ରାର୍ଥୀ ଦେଇ ଦଳର କାର୍ଯ୍ୟଧାରା ବିସ୍ତାରିତ କରିବ ବୋଲି ଚିନ୍ତା କରିଛି।

The post ୬ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି first appeared on Sambad.



from ରାଜନୀତି – Sambad https://ift.tt/3t7fJAi