
ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରିତ କରିବା ପରେ ବିଜେପି ଶିବିରର ଅନ୍ତଃକନ୍ଦଳ ଜଟିଳ ରୂପ ନେଇଛି। ଦଳୀୟ କର୍ମୀ ଓ ନେତାଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ୟେଦୁରପ୍ପା କହିଛନ୍ତି, ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳକୁନେଇ ଯଦି କୌଣସି ବିଧାୟକଙ୍କର କିଛି ଅଭିଯୋଗ ଥାଏ ତେବେ ସେମାନେ ଦିଲ୍ଲୀ ଯାଆନ୍ତୁ। ସେଠାରେ କେନ୍ଦ୍ରୀୟ ନେତୃତ୍ବଙ୍କ ନିକଟରେ ଅଭିଯୋଗ କରନ୍ତୁ। ସେଥିରେ ମୋର କିଛି ଆପତ୍ତି କରିବାର ନାହିଁ। ହେଲେ ଅଯଥା କଥା କହି ଦଳର ଲୋକପ୍ରିୟତାକୁ ସେମାନେ ନଷ୍ଟ କରିବା ଉଚିତ ନୁହେଁ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, କର୍ଣ୍ଣାଟକ କ୍ୟାବିନେଟ୍ ସମ୍ପ୍ରସାରଣ କରାଯାଇ ବୁଧବାର ୭ ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିଲେ। ଏହାପରେ କିଛି ବିଜେପି ନେତା ଖୋଲାଖୋଲି ଅଭିଯୋଗ କରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ୧୭ ମାସର କ୍ୟାବିନେଟ୍ରେ ସେହିମାନେ ଅଛନ୍ତି ଯେଉଁମାନେ ତାଙ୍କୁ ସିଡି ଦେଖାଇ ବ୍ଲାକ୍ମେଲ୍ କରନ୍ତି ଏବଂ ବିପୁଳ ପରିମାଣର ଟଙ୍କା ଦିଅନ୍ତି। ନତୁବା ତାଙ୍କ ଅତି ନିକଟତମ ଲୋକ ହିଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
The post କ୍ୟାବିନେଟ୍ ସମ୍ପ୍ରସାରଣ ପରେ କର୍ଣ୍ଣାଟକ ବିଜେପିର ଅନ୍ତଃକନ୍ଦଳ ବଢ଼ିଲା first appeared on Sambad.
from ରାଜନୀତି – Sambad https://ift.tt/2Kfbpx4
0 Comments