
ମୁମ୍ବାଇ : ଏନ୍ସିପି ସୁପ୍ରିମୋ ଶରଦ ପାୱାର ଉପା ଅଧ୍ୟକ୍ଷ ହେବାପାଇଁ ଯଦି କୌଣସି ପ୍ରସ୍ତାବ ଆସେ ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ବାଧୀନ ଶିବସେନା ଏହାକୁ ସମର୍ଥନ କରିବ। ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ଯଦି ଶରଦ ପାୱାର ଉପା ଅଧ୍ୟକ୍ଷ ହୁଅନ୍ତି ତେବେ ଆମେ ଖୁବ୍ ଖୁସି ହେବୁ। କଂଗ୍ରେସ ଏବେ ଦୁର୍ବଳ ହୋଇଯାଇଛି। ତେଣୁ ବିରୋଧୀ ଦଳଗୁଡ଼ିକ ଏବେ ଏକଜୁଟ୍ ହୋଇ ଉପାକୁ ସୁଦୃଢ଼ କରିବାକୁ ପଡ଼ିବ ବୋଲି ରାଉତ କହିଛନ୍ତି। ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କ ପାଖରେ ଦେଶର ନେତୃତ୍ବ ନେବାର ସମସ୍ତ ଯୋଗ୍ୟତା ରହିଛି ବୋଲି ରାଉତ କହିଛନ୍ତି।
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ଥାନରେ ଏନ୍ସିପି ମୁଖ୍ୟ ଶରଦ ପାୱାର କଂଗ୍ରେସର ନୂଆ ଅଧ୍ୟକ୍ଷ ହୋଇପାରନ୍ତି ଏବଂ ଉପାର ନେତୃତ୍ବ ନେଇପାରନ୍ତି ବୋଲି ଏକ ଖବର ଆସିଥିବା ବେଳେ ଏନେଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ରାଉତଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ରାଉତ କହିଥିଲେ, ରାଜନୀତି ହେଉଛି ଅପ୍ରତ୍ୟାଶିତ। ପରବର୍ତ୍ତୀ ସମୟରେ କ’ଣ ହେବ କିଛି କହିହେବନି। କିନ୍ତୁ ଶରଦ ପାୱାର ଏହାକୁ ଏକ ମିଥ୍ୟା ଖବର କହିଛନ୍ତି। ଉପା ନେତୃତ୍ବ ନେବାପାଇଁ ଯେଉଁ ଆଲୋଚନା ହେଉଛି କିମ୍ବା ଖବର ଆସିଛି ତାହା ମିଥ୍ୟା ବୋଲି ପାୱାର କହିଛନ୍ତି।
The post ପାୱାର ଉପା ନେତୃତ୍ବ ନେଲେ ସମର୍ଥନ କରିବ ଶିବସେନା first appeared on Sambad.
from ରାଜନୀତି – Sambad https://ift.tt/3oK1tKF
0 Comments