ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ସନ୍ଧ୍ୟାରେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି। ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତକାଳରେ ସେ ଦଳୀୟ ନେତାମାନଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ଭୁବନେଶ୍ୱରରେ ପହଂଚିବା ପରେ ଗଣମାଧ୍ୟମର ପ୍ରତିନିଧିଙ୍କ ନିକଟରେ ସେ କିଛି ପ୍ରତିକ୍ରିୟା ରଖି ନାହାନ୍ତି। ସେ କେବଳ କହିଛନ୍ତି ଯେ, ରାଜ୍ୟର ବରିଷ୍ଠ ନେତାମାନଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିବି।

The post ଭୁବନେଶ୍ୱରରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ first appeared on Sambad.



from ରାଜନୀତି – Sambad https://ift.tt/2K4YnSo