
ନୂଆଦିଲ୍ଲୀ : ଏନ୍ସିପି ସଭାପତି ଶରଦ ପାୱାର ପୂର୍ବତନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ରଖିଛନ୍ତି। ପାୱାରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ମଧ୍ୟ ଖପ୍ପା ହୋଇଯାଇଛି। ପାୱାର ଗତକାଲି ଏକ ମରାଠି ଖବରକାଗଜରେ ସାକ୍ଷାତକାର ଦେଇ ରାହୁଲଙ୍କ ନେତୃତ୍ବ ପ୍ରସଙ୍ଗରେ ଏକ ଜଟିଳ ମନ୍ତବ୍ୟ ରଖିଥିଲେ। ଦେଶର ନାଗରିକ ରାହୁଲଙ୍କ ନେତୃତ୍ବକୁ ଗ୍ରହଣ କରିବାକୁ ଇଚ୍ଛୁକ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ପାୱାର କହିଛନ୍ତି, ରାହୁଲଙ୍କ ପାଖରେ ରାଜନୈତିକ ସ୍ଥିରତାର ଅଭାବ ରହିଛି। କିନ୍ତୁ ଗାନ୍ଧୀ-ନେହରୁ ପରିବାର ପ୍ରତି ଏବେ ବି ଅନେକ ଲୋକଙ୍କ ସମର୍ଥନ ରହିଛି। ଦଳମଧ୍ୟରେ ବି ଦୃଢ଼ ସମର୍ଥନ ରହିଛି ବୋଲି ପାୱାର କହିଛନ୍ତି। ।
ପାୱାରଙ୍କ ଏହି ଟିପ୍ପଣୀ ବିରୋଧରେ କଡ଼ା ପ୍ରତିକ୍ରିୟା ରଖିଛି କଂଗ୍ରେସ। ମହାରାଷ୍ଟ୍ର କଂଗ୍ରେସ ନେତା ଏବଂ କ୍ୟାବିନେଟ୍ ମନ୍ତ୍ରୀ ଯଶୋମତି ଠାକୁର ଆଜି ଏମ୍ଭିଏ (ମହା ବିକାଶ ଅଘାଡ଼ି) ନେତାଙ୍କୁ ଅନୁରୋଧ କରି ଦଳୀୟ ନେତୃତ୍ବ ଉପରେ କୌଣସି ଟିପ୍ପଣୀ ନଦେବାପାଇଁ କହିଛନ୍ତି। ସେ କହିଛନ୍ତି, ଯଦି ଏମ୍ଭିଏ ସ୍ଥିର ସରକାର ଚାହୁଛି ତେବେ ତାଙ୍କ ଦଳର ନେତୃତ୍ବ ପ୍ରସଙ୍ଗରେ କୌଣସି ଟିପ୍ପଣୀ ନଦେବା ଉଚିତ୍। ଅନ୍ୟ ଏକ ଟ୍ବିଟ୍ କରି ସେ କହିଛନ୍ତି, ଆମ ନେତୃତ୍ବ ଖୁବ୍ ଦୃଢ଼ ଏବଂ ସ୍ଥିର। ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ବାସ ଯୋଗୁଁ ଏମ୍ଭିଏ ଗଠନ ହୋଇଛି ବୋଲି ସେ କହିଛନ୍ତି। ତେବେ କଂଗ୍ରେସର କଡ଼ା ପ୍ରତିକ୍ରିୟା ପରେ ଏନ୍ସିପି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏନ୍ସିପି କହିଛି, ପାୱାର କେବଳ ପିତାଙ୍କ ଭଳି ଏହି ଉପଦେଶ ଦେଇଛନ୍ତି।
The post ରାହୁଲଙ୍କ ପାଖରେ ରାଜନୈତିକ ସ୍ଥିରତାର ଅଭାବ ରହିଛି: ପାୱାର first appeared on Sambad.
from ରାଜନୀତି – Sambad https://ift.tt/37B8UNq
0 Comments