ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପିକୁ ଖୋଲା ଚେତାବନୀ ଦେଇଛନ୍ତି। ଉଦ୍ଧବ କହିଛନ୍ତି, କାହା ପଛ‌ରେ ପଡ଼ିବାପାଇଁ ତାଙ୍କୁ ବ‌ା‌ଧ୍ୟ କରାନଯାଉ ଏବଂ କେହି ତାଙ୍କ ପଛରେ ପଡ଼ିଲେ ସେ କାହାକୁ ଛାଡ଼ିବେ ନାହିଁ। ଶିବସେନା ନେତା ପ୍ରତାପ ସରନାଏକଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ପରେ ଉଦ୍ଧବ ଏହି ଚେତାବନୀ ଦେଇଛନ୍ତି। ଉଦ୍ଧବ କହିଛନ୍ତି, ରାଜ୍ୟରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଦୁରୁପଯୋଗ ହେଉଛି ଏବଂ ରାଜନୀତିରେ ତାଙ୍କ ପରିବାରକୁ ଟା‌ର୍ଗେଟ୍‌ କରାଯାଉଛି। ବିରୋଧୀ ଦଳର ଏହା ପ୍ରତିଶୋଧ ପରାୟଣ ରାଜନୀତି ବୋଲି ସେ କହିଛନ୍ତି।

The post ବିଜେପିକୁ ଉଦ୍ଧବଙ୍କ ଚେତାବନୀ : ପଛରେ ପଡ଼ିଲେ ଛାଡ଼ିବିନି first appeared on Sambad.



from ରାଜନୀତି – Sambad https://ift.tt/36b9QZh