
ପାଟନା: ‘ସେ ନିରର୍ଥକ କଥା କହୁଛି! ସେ ମିଛ କହୁଛି! ଆଉ ମୁଁ ଶୁଣୁଛି! କାରଣ ସେ ମୋର ଜଣେ ବନ୍ଧୁଙ୍କ ପୁଅ! ଯିଏ ମୋ ଭାଇ ଭଳି! ସେଥିପାଇଁ ମୁଁ କିଛି କହୁ ନାହିଁ! ତା’ ପିତାଙ୍କୁ ବିଧାନସଭା ଦଳର ନେତା କିଏ କରଥିଲା, ସେ ଜାଣିଛି କି? ତାକୁ ଉପମୁଖ୍ୟମନ୍ତ୍ରୀ କିଏ କରିଥିଲା? ଯେତେବେଳେ ତା’ ବିରୋଧରେ ଅଭିଯୋଗ ଆସିଥିଲା? ମୁଁ ତାକୁ ବୁଝାଇବାକୁ କହିଥିଲି? ସେ କଲା ନାହିଁ! ମୋତେ ଛାଡିବାକୁ ପଡ଼ିଲା!….’ ଇଏ କୌଣସି ସାହି ଗଣ୍ଡଗୋଳରେ ଗାଳି ଦିଆଦେଇ ନୁହେଁ; ବିହାର ବିଧାନସଭା ମଧ୍ୟରେ ପ୍ରଶ୍ନୋତ୍ତର କାଳରେ ଆଜି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କିଛି ଏହିପରି ବାକ୍ୟ ବ୍ୟବହାର କରି ଗର୍ଜିିର୍ଛନ୍ତି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ଉପରେ।
बिहार विधान सभा में तेजस्वी यादव के आरोपों पर देखिए मुख्य मंत्री@नीतीश कुमार कैसे आग बबूला हुए । @ndtvindia @Suparna_Singh @Anurag_Dwary @NitishKumar pic.twitter.com/y6qH8wvioE
— manish (@manishndtv) November 27, 2020
ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଆଣି ତଦନ୍ତ ଦାବିକଲା ପରେ ଉତ୍ୟକ୍ତ ହୋଇପଡ଼ି ନିଜ ଉପରୁ ନିୟନ୍ତ୍ରଣ ହରାଇ ଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ତା’ପରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଉତ୍ତର ଦେବାକୁ ଯାଇ ବାଚସ୍ପତିଙ୍କ ସମ୍ମୁଖରେ ଏହିପରି ବାକ୍ୟ ପ୍ରୟୋଗ କରି ଗର୍ଜି ଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ।
ଏହି ଘଟଣାର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।
The post ‘ତାକୁ ଉପମୁଖ୍ୟମନ୍ତ୍ରୀ କରିଥିଲା କିଏ?’... ବିଧାନସଭା ଭିତରେ ବିରୋଧୀ ଦଳ ନେତା ତେଜସ୍ୱୀଙ୍କ ଉପରେ ଗର୍ଜିଲେ ମୁଖ୍ୟମନ୍ତ୍ରୀ ନୀତୀଶ first appeared on Sambad.
from ରାଜନୀତି – Sambad https://ift.tt/2VcJb7S
0 Comments