ପାଟନା : ବିହାର ଏନ୍‌ଡିଏ ବିଧାୟକ ଦଳ ବୈଠକରେ ଆଜି ନୀତୀଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଛି। ନୀତୀଶ ଆସନ୍ତାକାଲି ଅପରାହ୍ନରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଏବଂ ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ଏହା ତାଙ୍କର ଚତୁର୍ଥ ପାଳି ହେବ। ରାଜ୍ୟପାଳଙ୍କଠାରୁ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ ମିଳିବା ପରେ ନୀତୀଶ କହିଛନ୍ତି ଯେ ଆସନ୍ତକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମନ୍ତ୍ରିମଣ୍ଡଳକୁ ନେଇ ଆଜି ସ୍ଥିତି ସ୍ପଷ୍ଟ ହୋଇନାହିଁ। ବିଜେପି ପାଖରେ ଏନ୍‌ଡିଏର ସର୍ବାଧିକ ୭୪ ବିଧାୟକ ଥିବା ବେଳେ ଜେଡିୟୁର ବିଧାୟକ ସଂଖ୍ୟା ହେଉଛି ୪୩। ସହଯୋଗୀ ଦଳ ହମ୍‌ ଏବଂ ଭିଆଇପି ନିକଟରେ ୪ଟି ଲେଖାଏ ଆସନ ରହିଛି।

ଆଜି ନୀତୀଶଙ୍କ ବାସଭବନରେ ଅନୁଷ୍ଠିତ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଏବଂ ଜେଡିୟୁର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ନୀତୀଶ କୁମାର ନେତା ନିର୍ବାଚିତ ହେବାପରେ ଏନ୍‌ଡିଏ ନେତାମାନେ ରାଜଭବନ ଯାଇ ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟିଥିଲେ ଏବଂ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

The post ନୀତୀଶଙ୍କ ଶପଥ ଆଜି first appeared on Sambad.



from ରାଜନୀତି – Sambad https://ift.tt/2Uw00KU