
ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ବେଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପିର ମହିଳା ନେତ୍ରୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ନିର୍ବାଚନ କମିସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମଳନାଥଙ୍କ ଷ୍ଟାର୍ ପ୍ରଚାରକ ମାନ୍ୟତାକୁ ପ୍ରତ୍ୟାହାର କରିନେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଲଗାତାର ଆପତ୍ତିଜନକ ବୟାନ ଦେଉଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା କୁହାଯାଇଛି।
ନିର୍ବାଚନ କମିସନଙ୍କ ମୁତାବକ ଏଣିକି କମଳନାଥଙ୍କ ବିମାନ ଯାତ୍ରା ଖର୍ଚ୍ଚ ପ୍ରାର୍ଥୀଙ୍କ ଖାତରେ ପଡ଼ିବ ଏବଂ ଷ୍ଟାର୍ ପ୍ରଚାରକଙ୍କ ପାଇଁ ରହିଥିବା କୌଣସି ସୁବିଧାସୁଯୋଗ ତାଙ୍କ ପାଇଁ ଉପଲବ୍ଧ ହେବନାହିଁ । ସୂଚନାଯୋଗ୍ୟ କମଳନାଥ ବିଜେପି ପ୍ରାର୍ଥୀ ତଥା ମନ୍ତ୍ରୀ ଇମର୍ତି ଦେବୀଙ୍କୁ କଟାକ୍ଷ କରି ଅଶାଳୀନ ଶବ୍ଦ ପ୍ରୟୋଗ କରିଥିଲେ। ସେ ବିଜେପି ମହିଳା ନେତ୍ରୀଙ୍କୁ ‘ଆଇଟମ୍’ ଏବଂ ‘ଜିଲାପି’ ବୋଲି କହି ତାତ୍ସଲ୍ୟ କରିଥିଳେ। କମଳନାଥଙ୍କ ଅଶାଳୀନ ଭାଷାକୁ ନେଇ କଂଗ୍ରେସକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା
The post କମଳନାଥଙ୍କୁ ମହଙ୍ଗା ପଡ଼ିଲା ମହିଳା ବିରୋଧୀ ବୟାନ : ‘ଷ୍ଟାର୍ ପ୍ରଚାରକ’ ମାନ୍ୟତା ପ୍ରତ୍ୟାହାର କଲେ ନିର୍ବାଚନ କମିସନ୍ first appeared on Sambad.
from ରାଜନୀତି – Sambad https://ift.tt/35Tsh3a
0 Comments