
ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କ ଉପରେ ବର୍ଷିଛନ୍ତି। ଆଜି ଏକ ନିର୍ବାଚନୀ ପ୍ରଚାର ସଭାରେ ନୀତୀଶ କୁମାର ତେଜସ୍ବୀଙ୍କ ୧୦ ଲକ୍ଷ ଚାକିରି ପ୍ରତିଶ୍ରୁତିକୁ ପ୍ରହସନ ବୋଲି କହିଛନ୍ତି। ବର୍ତ୍ତମାନ ବିହାର ନିର୍ବାଚନରେ ‘ଚାକିରି’ ଏକ ବଡ଼ ପ୍ରସଙ୍ଗ ପାଲଟିଛି।
ସୂଚନାଯୋଗ୍ୟ, କ୍ଷମତାକୁ ଆସିଲେ ୧୦ ଲକ୍ଷ ବିହାରବାସୀଙ୍କୁ ସରକାରୀ ଚାକିରି ଦେବେ ବୋଲି ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କ ଘୋଷଣା ଏବେ ବିହାର ବିଧାନସଭା ନିର୍ବାଚନ ପ୍ରଚାରକୁ ସବୁଠୁ ବେଶି ପ୍ରଭାବିତ କରିଛି। ତେବେ ତେଜସ୍ବୀଙ୍କ ଏ ପ୍ରତିଶ୍ରୁତି ଏକ ପ୍ରହସନ ବୋଲି ନୀତୀଶ କହିବା ସହ ଏହା ଭୋଟରଙ୍କୁ ବିଭ୍ରାନ୍ତି କରିବ ବୋଲି କହିଛନ୍ତି। ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ୪ ଲକ୍ଷ ସରକାରୀ ଚାକିରି ଓ ୧୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଘୋଷଣା କରିଛି। ୧୯୯୦ରୁ ୨୦୦୫ ଯାଏ ବିହାରରେ ଲାଲୁ ପ୍ରସାଦ ଯାଦବ ଓ ରାବ୍ରୀ ଦେବୀ ମାତ୍ର ୯୫ ହଜାର ଚାକିରି ସୃଷ୍ଟି କରିବାରେ ସମର୍ଥ ହୋଇଥିବାବେଳେ ତାଙ୍କ ପୁଅ ତେଜସ୍ବୀ କିଭଳି ୧୦ ଲକ୍ଷ ସରକାରୀ ଚାକିରି ସୃଷ୍ଟି କରିବେ ବୋଲି ନୀତୀଶ ପ୍ରଶ୍ନ କରିଛନ୍ତି।
The post ତେଜସ୍ବୀଙ୍କ ୧୦ ଲକ୍ଷ ଚାକିରି ପ୍ରତିଶ୍ରୁତିକୁ ପ୍ରହସନ କହିଲେ ନୀତୀଶ first appeared on Sambad.
from ରାଜନୀତି – Sambad https://ift.tt/3mDcex9
0 Comments