
ଜଗତସିଂହପୁର ଟାଉନ୍ : ବିଜେପି ଛାଡ଼ିଥିବା ରମାକାନ୍ତ ଭୋଇ ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ରାଜ୍ୟ କାର୍ଯ୍ୟଳୟରେ ଦଳର ତୁଙ୍ଗ ନେତୃବୃନ୍ଦଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗଦେଇଛନ୍ତି।
ରମାକାନ୍ତ ବିଜେଡିରେ ସାମିଲ ହେବା ସମୟରେ ରାଜ୍ୟ ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ସାଂସଦ ରାଜଶ୍ରୀ ମଲ୍ଲିକ, ନିକଟରେ ଦଳରେ ଯୋଗ ଦେଇଥିବା କୃଷ୍ଣଚନ୍ଦ୍ର ମଲ୍ଲିକ, ବିଜେଡି ନେତା ଗଙ୍ଗାଧର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଦୁଇ ଦୁଇ ଥର ତିର୍ତ୍ତୋଲରୁ ବିଜେପି ଟିକଟରେ ନିର୍ବାଚନ ଲଢିଥିବା ରମାକାନ୍ତଙ୍କ େଯାଗଦାନ ବିଜେଡି ପାଇଁ ସହାୟକ ହେବେ ବିଧାୟକ ଶ୍ରୀ ମୁଦୁଲି କହିଛନ୍ତି।
ପ୍ରକାଶଥାଉକି, ୨୦୧୪ ମସିହା ନିର୍ବାଚନରେ ରମାକାନ୍ତ ପ୍ରଥମଥର ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ। ଗତ ୨୦୧୯ ମସିହା ନିର୍ବାଚନରେ କଂଗ୍ରେସକୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ରହିବା ସହିତ ୫୩,୫୮୧ ଖଣ୍ତ ଭୋଟ୍ ପାଇଥିଲେ। ନିକଟରେ ରାଜକିଶୋର ବେହେରା କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ ସେ ଅସେନ୍ତାଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିଲେ।
The post ବିଜେଡିରେ ସାମିଲ ହେଲେ ରମାକାନ୍ତ first appeared on Sambad.
from ରାଜନୀତି – Sambad https://ift.tt/34POZJd
0 Comments