
ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିବସରେ ନିର୍ବାଚନ ମଇଦାନରେ ୧୫ ଜଣ ପ୍ରାର୍ଥୀ ରହିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ପ୍ରେସ୍ ବିବୃତି ଅନୁଯାୟୀ, ବାଲେଶ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ସେମାନେ ହେଲେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମାନସ କୁମାର ଦତ୍ତ, ବିଜୁ ଜନତା ଦଳର ସ୍ବରୂପ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ମମତା କୁଣ୍ଡୁ, ସ୍ବାଧୀନ ପ୍ରାର୍ଥୀ ଭାଗ୍ୟଦୂତ ଦାସପଟ୍ଟନାୟକ, ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓ ସ୍ବାଧୀନ ପ୍ରାର୍ଥୀ ମହମ୍ମଦ ନୂମନ ଖାଁ। ସେହିପରି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୯ ଜଣଙ୍କର ପ୍ରାର୍ଥିପତ୍ର କାଏମ ରହିଛି। ସେମାନେ ହେଲେ ଭାରତୀୟ ଜନତା ପାର୍ଟିର ରାଜକିଶୋର ବେହେରା, ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ଶଙ୍କର ଦାସ, ଭାରତୀୟ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ, ଭାରତୀୟ କମ୍ୟୁନିଷ୍ଟ ପାର୍ଟ ପ୍ରାର୍ଥୀ ବିଜୟ କୁମାର ଭୋଇ, ସ୍ବାଧୀନ ପ୍ରାର୍ଥୀ ଅର୍ଜୁନ ଚରଣ ବେହେରା, ସ୍ବାଧୀନ ପ୍ରାର୍ଥୀ ରମେଶ ଚନ୍ଦ୍ର ମଲ୍ଲିକ୍, ସ୍ବାଧୀନ ପ୍ରାର୍ଥୀ ରବୀନ୍ଦ୍ର ନାଥ ସେଠୀ, ସ୍ବାଧୀନ ପ୍ରାର୍ଥୀ ଗୋଲାପ ମଞ୍ଜରି ଭୋଇ ଓ ସ୍ବାଧୀନ ପ୍ରାର୍ଥୀ ସଚିତ୍ର ମଲ୍ଲିକ୍।
The post ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ : ଏବେ ଉପନିର୍ବାଚନରେ ୧୫ ଜଣ ପ୍ରାର୍ଥୀ first appeared on Sambad.
from ରାଜନୀତି – Sambad https://ift.tt/3j7zGAE
0 Comments