
ଭୁବନେଶ୍ୱର : ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନଙ୍କ ପାଇଁ ସୋସିଆଲ୍ ମିଡିଆ ଜରିଆରେ ପ୍ରଚାର ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ପିସିସି ସୋସିଆଲ୍ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିରେ ସୋସିଆଲ୍ ମିଡିଆ କମିଟିର ୪ ଜଣ ସାଧାରଣ ସମ୍ପାଦକ ଓ ୪ ଜଣ ସମ୍ପାଦକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।
ଦଳ ପକ୍ଷରୁ ଜାରି ପ୍ରେସ୍ ବିବୃତି ଅନୁଯାୟୀ, ବାଲେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ ସାଧାରଣ ସମ୍ପାଦକ ଚେତନ ମିଶ୍ର, ଜୋୟତା ରାୟ ଓ ସମ୍ପାଦକ ରଞ୍ଜିତ ପଣ୍ଡା ସଦସ୍ୟ ରହିଥିବାବେଳେ ଏମାନଙ୍କୁ ସହଯୋଗ କରିବା ପାଇଁ ଗୌତମ ସାହୁ, ନବ ପ୍ରସାଦ ଭୂୟାଁ, ହରନାରାୟଣ ରାଉତ, ରଞ୍ଜୀତ ପ୍ରଧାନ ଓ ରେହାନ୍ ଖାଁଙ୍କୁ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ସୋସିଆଲ୍ ମିଡିଆ କମିଟି ସାଧାରଣ ସମ୍ପାଦକ ସମ୍ବିତ୍ ଶ୍ରୀଚନ୍ଦନ, ଶୈଳେନ୍ଦୁ ଦାଶ, ସମ୍ପାଦକ ଜଗତ୍ ଜୀବନ ମହାନ୍ତି, ସତ୍ୟବ୍ରତ ଗୁରୁ ଓ ସୁବାଷ ନାୟକଙ୍କୁ ଦାୟିତ୍ବ ଦିଆଯାଇଛି। କମିଟି ସଦସ୍ୟଙ୍କୁ ସହଯୋଗ କରିବା ପାଇଁ ବିକି ଶର୍ମା, ଅଭିନନ୍ଦନ ସେଠୀ, ସଂଗ୍ରାମ କୁମାର ମହାନ୍ତି, ଶାରଦା ପ୍ରସନ୍ନ ସାସମଲ୍ ଓ ସନ୍ତୋଷୀ ପ୍ରସାଦ ଶତପଥୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।
The post ସୋସିଆଲ୍ ମିଡିଆ ଜରିଆରେ ପ୍ରଚାର ପାଇଁ କମିଟି ଗଠନ କଲା କଂଗ୍ରେସ first appeared on Sambad.
from ରାଜନୀତି – Sambad https://ift.tt/3kfVFqf
0 Comments