ଭୁବନେଶ୍ବର : ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ନିର୍ବାଚନ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ସପ୍ତାହର ସବୁଦିନ ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନିୟନ୍ତ୍ରଣ କକ୍ଷ ଖୋଲାରହିବ।

ନିର୍ବାଚନ ସମ୍ପର୍କିତ କୌଣସି ଆପତ୍ତି ଓ ଅଭିଯୋଗ ସର୍ବସାଧାରଣ ଟେଲିଫୋନ ମାଧ୍ୟମରେ ଜଣାଇପାରିବେ। ଏଥିପାଇଁ ଗୋଟିଏ ଟେଲିଫୋନ ନମ୍ବର ଓ ଆ​ଉ ଗୋଟିଏ ଫ୍ୟାକ୍‌ସ୍‌ ନମ୍ବର ଜାରି କରାଯାଇଛି। ଫୋନ୍‌ ନମ୍ବର ହେଲା ୦୬୭୪-୨୩୯୧୧୫୫ ଓ ଫ୍ୟାକ୍‌ସ୍‌ ନମ୍ବର ହେଲା ୦୬୭୪-୨୫୩୬୬୪୫।

The post ଉପନିର୍ବାଚନ ପାଇଁ ସିଇଓଙ୍କ କାର୍ଯ୍ୟାଳୟରେ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ first appeared on Sambad.



from ରାଜନୀତି – Sambad https://ift.tt/353wy3K