ଭୁବନେଶ୍ୱର: ବୈଜୟନ୍ତଙ୍କ ଟ୍ୱିଟକୁ ନେଇ ବଢ଼ିଛି ବିବାଦ । ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରିବା ପରେ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବୈଜୟନ୍ତଙ୍କୁ କଡ଼ା ସମାଲୋନା କରି ଟ୍ୱିଟ୍ ପରେ ଟ୍ୱିଟ୍ କରି ଟାର୍ଗେଟ କରିଛନ୍ତି ଅନୁଭବ । ଗୋଟିଏ ନୁହେଁ କି ୨ଟି ନୁହେଁ ତିନି ତିନିଟି ଟ୍ୱିଟ୍ କରି ବୈଜୟନ୍ତଙ୍କ ରାଜନୈତିକ କ୍ୟାରିୟର ଏବଂ କେନ୍ଦ୍ରାପଡ଼ାର ଉଦାହରଣ ଦେଇ ଜୟ ପଣ୍ଡାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ରାପଡ଼ା ସାଂସଦ ।
ପ୍ରଥମ ଟ୍ୱିଟରେ ଅନୁଭବ କହିଛନ୍ତି କି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ଆପଣଙ୍କ ସାହାସ କେମିତି ହେଲା ମହାପ୍ରଭୁ ଜଗନ୍ନାଥଙ୍କ ଭୂମିକୁ ପାକିସ୍ତାନ ସହ ତୁଳନା କରିବାକୁ । କାରଣ ଯେଉଁ ମହାପ୍ରଭୁଙ୍କ ମାଟିର ଲୋକମାନେ ଆପଣଙ୍କୁ ନିର୍ବାଚିତ କରି ବର୍ଷ ବର୍ଷ ଧରି ସେବା କରିବାକୁ ସୁଯୋଗ ଦେଇଥିଲେ ସେହି ମାଟିକୁ କିଭଳି ଆପଣ ଅପମାନ କରିଲେ, ଦେଶ ଜାଣିବାକୁ ଚାହୁଛି।
Perhaps Mr.BP has forgotten that he was with the present State Government of Odisha for 18 long years out of his 20 years of political career
Is this because of continuous failures & lockdown
OR is it because of his fear of being exposed— Anubhav Mohanty (@AnubhavMohanty_) October 18, 2020
ଦ୍ୱିତୀୟ ଟ୍ୱିଟରେ ଅନୁଭବ ବୈଜୟନ୍ତଙ୍କୁ ସିଧା ସିଧା ୨୦୧୯ ନିର୍ବାଚନ କଥା ମନେ ପକାଇଦେଇଛନ୍ତି । ଅନୁଭବ କହିଛନ୍ତି କି, ବୈଜୟନ୍ତ ପଣ୍ଡା ମୁଁ ଆପଣଙ୍କୁ ମନେ ପକାଇଦେବାକୁ ଚାହେଁ କି, ଯେଉଁ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରୁଛନ୍ତି ୨୦୧୯ ନିର୍ବାଚନ ପରାଜୟ ପୂର୍ବରୁ ଏହି ମାଟି ହିଁ ଆପଣଙ୍କ ପରିଚୟ ଥିଲା ତେବେ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, ତା’ହେଲେ କ’ଣ ପାକିସ୍ତାନରେ ଅଛି କେନ୍ଦ୍ରାପଡ଼ା? ଯଦି ହଁ ତାହା ହେଲେ ବର୍ତ୍ତମାନ ଓଡ଼ିଶା ଛାଡ଼ିଦିଅ ଆଉ ସବୁଦିନ ପାଇଁ ପଳାଅ ।
କେବଳ ଏତିକି ନୁହେଁ ବୈଜୟନ୍ତଙ୍କ ଏଭଳି ଅପମାନଜନକ ଟ୍ୱିଟ୍ କୁ ସମର୍ଥନ କରୁଥିବା କିଛି ବ୍ୟକ୍ତିଙ୍କୁ ମଧ୍ୟ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ଅନୁଭବ । ତୃତୀୟ ଟ୍ୱିଟରେ ମନଇଛା ବର୍ଷି ଅନୁଭବ କହିଛନ୍ତି କି, ଯେଉଁମାନେ ଆମ ମାତୃଭୂମିକୁ ଅପମାନ ଓ ଦୁର୍ବ୍ୟବହାର କରୁଛନ୍ତି, ସେମାନଙ୍କୁ ସମର୍ଥନ କରୁଥିବା କିଛି ମୁଣ୍ଡ ବିକାଙ୍କ ଉପରେ ଲଜ୍ଜା ଲାଗୁଛି । ଯଦି ଆମ ମାତୃଭୂମି ବାସ୍ତବରେ ପାକିସ୍ତାନ ହୋଇଥାନ୍ତା ତା’ହେଲେ ଏଭଳି ଅପରାଗ, କାପୁରୁଷମାନେ ବର୍ତ୍ତମାନ ସୁଦ୍ଧା ନର୍କରେ ଥାନ୍ତେ ।
ତେବେ ବୈଜୟନ୍ତଙ୍କ ଏଭଳି ବିବାଦୀୟ ଟ୍ୱିଟ୍ ନେଇ ଧିରେ ଧିରେ ଟ୍ୱିଟ୍ ୱାର ବଢ଼ିବାରେ ଲାଗିଛି । ଆଉ ସୋସିଆଲ ମିଡ଼ିଆରେ ମଧ୍ୟ ଏହାକୁ ନେଇ ଘୋର ସମାଲୋଚନା ଆରମ୍ଭ ହୋଇଗଲାଣି । ତେବେ ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତିଙ୍କ ଏହି ଟ୍ୱିଟ୍ ଆଗକୁ କେଉଁ ମୋଡ଼ ନେଉଛି ତାହା ସମୟ କହିବ ।
The post ବୈଜୟନ୍ତଙ୍କ ଟ୍ୱିଟକୁ ନେଇ ବିବାଦ: ବୈଜୟନ୍ତଙ୍କୁ ଘେରିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି first appeared on Sambad.
from ରାଜନୀତି – Sambad https://ift.tt/31fucNV



0 Comments