ପାଟନା:  ବିହାରରେ ପ୍ରଥମ ପର୍ଯ୍ୟାୟରେ ୭୧ଟି ବିଧାନସଭା ଆସନ ପାଇଁ ନିର୍ବାଚନ ପ୍ରଚାର ଆଜି ‌ଶେଷ ହୋଇଯିବ। ବିହାରରେ ନେତାମାନଙ୍କର ଗୋଟିଏ ପରେ ଗୋଟିଏ ବଡବଡ ରାଲି, ଜନସଭା ଓ ରୋଡ ସୋ ଚାଲିଥିବା ବେଳେ ଅନ୍ୟ ଦିଗରେ ଗ୍ଲାମର ଦୁନିଆର ଷ୍ଟାରମାନେ ମଧ୍ୟ ପ୍ରଚାରକୁ ଓହ୍ଲାଇଛନ୍ତି ।

‘କହୋ ନା ପ୍ୟାର୍ ହୈ’ ଚଳଚ୍ଚିତ୍ରରେ ନଜର ଆସିଥିବା ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ଔରଙ୍ଗାବାଦର ଓବୋରା-ଦାଉଦନଗରରେ ରୋଡ୍ ସୋ କରିଛନ୍ତି । ବିଧାନସଭାରେ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି ପ୍ରାର୍ଥୀଙ୍କ ପାଇଁ ଅମିଷା ପ୍ରଚାର କରିଛନ୍ତି ।

अमीषा पटेल

ଔରଙ୍ଗାବାଦର ଔବୋରା ବିଧାନସଭାରେ ଏଲଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ପ୍ରକାଶ ଚନ୍ଦ୍ରା । ଅଭିନେତ୍ରୀ ଅମିଷା ସୋମବାର ସକାଳେ ବିମାନ ଯୋଗେ ପାଟନାରେ ପହଁଚିଥିଲେ । ବିମାନ ବନ୍ଦରରେ ମଧ୍ୟ ଏଲଜେପି ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଔରଙ୍ଗାବାଦ ଓ ଅରବଲର ସୀମାରେ ମଧ୍ୟ ଅମିଷା ପ୍ରଚାର କରିଥିଲେ ।

ଅମିଷା ସେଠାରୁ ଖୋଲା ଗାଡିରେ ବସି ପ୍ରଚାର କରିଥିଲେ । ଏହାସହ ଏଲଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲୋକଙ୍କୁ ଅପିଲ କରିଥିଲେ । ଅମିଷାଙ୍କର ଗୋଟିଏ ଝଲକ ପାଇବା ପାଇଁ ଲୋକମାନେ ମଧ୍ୟ ଗହଳି ଜମାଇଥିଲେ। କିଛି ମହିଳା ଅମିଷାଙ୍କୁ ଫୁଲମାଳ ପିନ୍ଧାଇ ସ୍ବାଗତ କରିବା ସହିତ ସିଧାସଳଖ ତାଙ୍କୁ ଦେଖିବାର ସୁଯୋଗ ପାଇଥିବାରୁ ଖୁସି ହୋଇଯାଇଥିଲେ।

The post ପ୍ରଚାର ମଇଦାନକୁ ଓହ୍ଲାଇଲେ ଅଭିନେତ୍ରୀ ଅମିଷା ପଟେଲ first appeared on Sambad.



from ରାଜନୀତି – Sambad https://ift.tt/3mpTvVK