
ନୂଆଦିଲ୍ଲୀ: ‘ଉପା’। କଂଗ୍ରେସ ବିନା ‘ଉପା’ ଆତ୍ମା ନ ଥିବା ଦେହ ପରି। ବିରୋଧୀଙ୍କ ଏକତା ପ୍ରଦର୍ଶନର ସମୟ ଆସିଯାଇଛି ବୋଲି ଆଜି ସକାଳେ ଟୁଇଟ୍ କରି କଂଗ୍ରେସ ନେତା କପିଳ ସିବଲ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ମୁମ୍ବାଇରେ ‘ଏନ୍ସିପି’ ନେତା ଶରଦ ପାୱର୍ଙ୍କ ସହ ସାକ୍ଷାତ୍ ପରେ ସାମ୍ବାଦିକମାନେ ପଚାରିଥିଲେ, ସରଦ ପାୱାର୍ଙ୍କୁ ‘ଉପା’ର ଅଧ୍ୟକ୍ଷ ଭାବେ ଘୋଷଣା କରାଯିବ କି?
ଏହାକୁ ବିଦ୍ରୂପ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ, କି ‘ଉପା’ କ’ଣ? ଏବେ ‘ଉପା’ ନାହିଁ। ‘ଉପା’ କ’ଣ? ସେଠାରେ ରହି ‘ଉପା’ କ’ଣ କରିବ? ଆମେ ସମସ୍ତ ଅଡୁଆ ସମାଧାନ କରିବୁ। ଆମେ ଗୋଟାଏ ଶକ୍ତିଶାଳୀ ବିକଳ୍ପ ଚାହୁଁଛୁ।
ପ୍ରକାରାନ୍ତରେ କଂଗ୍ରେସକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ବାନାର୍ଜୀ ଜାତୀୟସ୍ତରରେ ‘ବିଜେପି’ର ମୁକାବିଲା ପାଇଁ ଅଞ୍ଚଳିକ ଦଳମାନଙ୍କୁ ଏକତ୍ର ହେବାକୁ ଆହ୍ବାନ କରିଛନ୍ତି।
ଏକଦା ‘ତୃଣମୂଳ କଂଗ୍ରେସ’ ‘ଉପା’ ବା ‘ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲିଏନ୍ସ୍’ର ଅଂଶବିଶେଷ ଥିଲା। ଏହି ମେଣ୍ଟରେ କଂଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକ ଦଳ ଏକତ୍ର ହୋଇ କେନ୍ଦ୍ରରେ ୧୦ (୨୦୦୪-୨୦୧୪) ବର୍ଷ କାଳ କ୍ଷମତାରେ ଥିଲେ।
The post କଂଗ୍ରେସ ବିନା ‘ଉପା’ ଆତ୍ମା ନ ଥିବା ଦେହ ପରି: କପିଲ୍ ସିବଲ୍ first appeared on Sambad.from ରାଜନୀତି | Sambad https://ift.tt/3rpAust
0 Comments