ନୂଆଦିଲ୍ଲୀ  : ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ଚନ୍ନିଙ୍କ ନିର୍ବାଚନମଣ୍ଡଳୀ ଚାମକୌର୍‌ ସାହିବରେ ଏକ ‘ଲାଇଭ୍ ରେଡ୍’ ପରେ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି, ମୁଖ୍ୟମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ରାଜ୍ୟରେ ବେଆଇନ ବାଲି ଖନନ ବୃଦ୍ଧି ପାଉଛି। ଆପ୍‌ ଏହି ରେଡ୍‌କୁ ‘ଏକ୍ସପୋଜ୍‌’ ବୋଲି କହିଛି। ଚନ୍ନିଙ୍କ ନିର୍ବାଚନ ମଣ୍ଡଳୀ ବାଲି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟି ଯାଇଥିବାରୁ ଏଥିରେ ଅଙ୍କୁଶ ଲାଗିବା ଜରୁରୀ ବୋଲି ଆପ୍‌ କହିଛି।

ଶନିବାର ଦିନ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌) ନେତା ରାଘବ ଚଢ଼ାଙ୍କ ଦ୍ୱାରା ଏ ବାବଦ କେତେକ ତଥ୍ୟର ସିଧା ପ୍ରସାରଣ କରାଯାଇଥିଲା। ଏହି ପ୍ରସଙ୍ଗରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ବେଆଇନ ବାଲି ଖନନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚନ୍ନି ଲୋକଙ୍କୁ ଉତ୍ତର ଦେବା ଜରୁରୀ। ସେ କହିଛନ୍ତି, ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ ଚନ୍ନି ସାହେବ ହେଉଛନ୍ତି ସବୁଠାରୁ ବଡ ବାଲି ମାଫିଆ। ମୁଁ ଏହାକୁ ବିଶ୍ବାସ କରି ନାହିଁ। କିନ୍ତୁ ଆଜି ଚନ୍ନି ସାହେବଙ୍କୁ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏଥିରେ କଂଗ୍ରେସ କି ପଦକ୍ଷେପ ନେବ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।

The post ଆପ୍‌ ନେତାଙ୍କ ଅଭିଯୋଗ: ଚନ୍ନିଙ୍କ ନିର୍ବାଚନମଣ୍ଡଳୀ ବାଲି ମାଫିଆଙ୍କ ଭୂସ୍ବର୍ଗ first appeared on Sambad.

from ରାଜନୀତି | Sambad https://ift.tt/3Gdv7k8