
ନୂଆଦିଲ୍ଲୀ : କଂଗ୍ରେସ ନେତୃତ୍ବାଧୀନ ମିଳିତ ପ୍ରଗତିଶୀଳ ମେଣ୍ଟ (ୟୁପିଏ)ର ଏବେ ସ୍ଥିତି କ’ଣ ? ଏହି ପ୍ରଶ୍ନକୁ ନେଇ ଏବେ ମୁହାଁମୁହିଁ ହୋଇଛନ୍ତି ତୃଣମୂଳ କଂଗ୍ରେସ ଓ କଂଗ୍ରେସ ।
ଆଜି ଏନସିପି ନେତା ଶରଦ ପାଓ୍ବାରଙ୍କୁ ଭେଟିବା ଅବସରରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ୟୁପିଏ କ’ଣ ? ଏବେ ୟୁପିଏ ବୋଲି କିଛି ନାହିଁ । ଶରଦ ପାଓ୍ବାରଙ୍କୁ ୟୁପିଏ ଅଧ୍ୟକ୍ଷ କରିବା ନେଇ ଏକ ପ୍ରଶ୍ନର ଉତ୍ତରରେ ମମତା ଏପରି କଥା କହିଥିଲେ ।
ମମତାଙ୍କ ଏହି ବୟାନର ଜବାବ ରଖି କଂଗ୍ରେସ କହିଛି ଯେ, ଭାରତୀୟ ରାଜନୀତିର ବାସ୍ତବତାକୁ ସମସ୍ତେ ଜାଣିଛନ୍ତି । ଯଦି କୌଣସି ବିରୋଧୀ ଦଳ ଭାବୁଥାଏ ଯେ କଂଗ୍ରେସକୁ ସାଙ୍ଗରେ ନ ନେଇ ବିଜେପିକୁ ହରାଇ ହେବ ବୋଲି, ତେବେ ତାହା ଦିବାସ୍ବପ୍ନ ଛଡ଼ା ଆଉ କିଛି ନୁହେଁ । ତେବେ ମମତାଙ୍କ ସହ ବୈଠକ ପରେ ଶରଦ ପାଓ୍ବାର କହିଛନ୍ତି ଯେ ବିଜେପିକୁ ହରାଇବାକୁ ବିରୋଧୀ ଦଳମାନଙ୍କୁ ଏକାଠି ଆଣି ଏକ ବିକଳ୍ପ ଗଠନ କରାଯିବ ।
ଏହି ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା ବି ଆସିଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟୁଇଟ କରି ଲେଖିଛନ୍ତି ଯେ ମମତା ବାନାର୍ଜୀ ୟୁପିଏକୁ ମୃତ ଘୋଷଣା କରିଦେଲେ । ଯଦି କୌଣସି ଦଳର ଆତ୍ମସମ୍ମାନ ଅଛି ତେବେ ଏପରି ଅପମାନ ପରେ ମେଣ୍ଟ ଭାଙ୍ଗିଦବା କଥା । କିନ୍ତୁ କଂଗ୍ରେସ ନିର୍ଲ୍ଲଜଭାବେ ଏମଭିଏ ମେଣ୍ଟରେ ଅଛି ।
The post ୟୁପିଏ ବୋଲି ଆଉ କିଛି ନାହିଁ : ମମତା first appeared on Sambad.from ରାଜନୀତି | Sambad https://ift.tt/3I6tqHb
0 Comments