ଭୁବନେଶ୍ବର: ବିଧାନସଭାର ପବିତ୍ର ଗୃହରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରବେଶ କରିଥିବା ହେତୁ ସେହି ସ୍ଥାନକୁ ପବିତ୍ର କରିବା ଲାଗି ବିଜେପି ସଦସ୍ୟମାନେ ବାହାରେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ କରି ଅଭିନବ ପ୍ରତିବାଦ ଜଣାଇଛନ୍ତି। ବିଜେପିର ଗୋବର ପାଣିରେ ବିଧାନସଭା ଶୋଧନକୁ ନେଇ ଜବାବ ରଖିଲା ବିଜେଡି। ପ୍ରଥମେ ବିଜେପି ଲୋକସଭା ଓ ଉତ୍ତର ପ୍ରଦେଶ ବିଧାନସଭାକୁ ଶୋଧନ କରନ୍ତୁ। ସେଠାରେ ଅନେକ ନରହତ୍ୟାକାରୀ ଅଛନ୍ତି। ଗଙ୍ଗା ବି ସେଠୁ ପାଖ। ଆମେ ବାରମ୍ବାର କହି ଆସିଛୁ ଯେଉଁ ନିର୍ଦ୍ଧିଷ୍ଟ ଥାନାରେ କେଶ ହୋଇଛି। ସେହି ଥାନାରେ ମନ୍ତ୍ରୀଙ୍କ ନାଁ ରେ ସେ ଏତଲା ଦେଇଛନ୍ତି କି ବୋଲି ପ୍ରଶ୍ନ କଲା ଶାସକ ଦଳ। କେନ୍ଦ୍ର ମନ୍ତ୍ରଙ୍କ ନାଁ ରେ ଅଭିଯୋଗ ଥାଇ ମଧ୍ୟ ସେମାନେ ସଂସଦ ଆସୁଛନ୍ତି। ଏଠି ମନ୍ତ୍ରୀ ବିଧାନସଭା ଆସିଲେ ଅସୁବିଧା କଣ ବୋଲି ପ୍ରଶ୍ନ କଲା ଶାସକ ଦଳ।

ଆମେ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ। କିନ୍ତୁ ବିରୋଧୀଙ୍କ ମାନସିକତା ଠିକ ନାହିଁ, ତେଣୁ ସେମାନେ ଆଲୋଚନା ପାଇଁ ଆଗକୁ ଆସୁନାହାନ୍ତି। ବିଭିନ୍ନ ନାଟକ କରି ବିଧାନସଭାର ସମୟ ବରବାଦ କରୁଛନ୍ତି। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ ଏଭଳି କରୁଛନ୍ତି। ଲୋକ ଜାଣିସାରିଲେଣି, ଏଭଳି କଲେ ବିରୋଧୀ ସଫା ହୋଇଯିବେ। ଗୃହରେ ଯଦି ଏଭଳି ଅଚଳାବସ୍ଥା ଜାରି ରହେ, ତେବେ ଗୃହକୁ ଚଳାଇବା ପାଇଁ ବାଚସ୍ପତି ପଦକ୍ଷେପ ନେବେ ବୋଲି କହିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ସୂଚନାଯୋଗ୍ୟ, ଘଣ୍ଟ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଦରୁ ଉଠାଇବା ପାଇଁ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି।  ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିଜେପି କର୍ମୀମାନେ ଘଣ୍ଟ ବଜାଇ ଅଭିନଵ ଉପାୟରେ ପ୍ରତିବାଦ କରିଛନ୍ତି।

ବିଜେଡି ଶାସନରେ ମହିଳା ଅସୁରକ୍ଷିତ ବୋଲି ନାରା ଦେଇ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ମମିତା ମେହେର ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ (ଗୃହ ରାଷ୍ଟ୍ରମନ୍ତ୍ରୀ) ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର  କରାଯିବା ଓ ସିବିଆଇ ତଦନ୍ତ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ କହିଛନ୍ତି।

 

The post ବିରୋଧୀମାନେ ଆଲୋଚନା ପାଇଁ ଆଗକୁ ଆସୁନାହାନ୍ତି: ସରକାରୀ ଦଳ ମୁଖ୍ୟ ସଚେତକ first appeared on Sambad.

from ରାଜନୀତି | Sambad https://ift.tt/2ZNXYvM