ମୁମ୍ବାଇ: ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କକୁ କେନ୍ଦ୍ର ସରକାର ଲିଟର ପିଛା ଯଥାକ୍ରମେ ୫ ଟଙ୍କା ଓ ୧୦ ଟଙ୍କା ହ୍ରାସ କରିବାର ଗୋଟିଏ ଦିନ ପରେ ଶିବସେନା ସାଂସଦ ସଞ୍ଜୟ ରାଉତ ଆଜି (ଗୁରୁବାର) କହିଛନ୍ତି ଯେ ଯଦି ଇନ୍ଧନ ଦରକୁ ୫୦ ଟଙ୍କା ହ୍ରାସ କଲେ ବି ଆଗାମୀ ନିର୍ବାଚନରେ ବିଜେପିକୁ ସମ୍ପୂର୍ଣ୍ଣ ପରାଜୟର ସାମନା କରିବାକୁ ପଡ଼ିିବ।

ମହାରାଷ୍ଟ୍ରରେ ଏନସିପି ଏବଂ କଂଗ୍ରେସ ସହିତ ମେଣ୍ଟ କରି ଶାସନ କ୍ଷମତାରେ ଥିବା ଶିବସେନାର ସାଂସଦ ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଇନ୍ଧନ ମୂଲ୍ୟକୁ ୧୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ପ୍ରକୃତରେ କଠୋର ହେବା ଆବଶ୍ୟକ। ବିଗତ କିଛି ଦିନ ଧରି ଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଅଧିକ ଥିଲା। ବୁଧବାର ଦିନ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କକୁ ଲିଟର ପିଛା ଯଥାକ୍ରମେ ୫ ଓ ୧୦ ଟଙ୍କାର ହ୍ରାସ କରିଛନ୍ତି।

ଶ୍ରୀ ରାଉତ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ଯଥାକ୍ରମେ ୫ ଓ ୧୦ ଟଙ୍କାର ହ୍ରାସ କୌଣସି ଉଦ୍ଦେଶ୍ୟ ପୂରଣ କରିବ ନାହିଁ ଏବଂ ଏହାକୁ ଅତି କମରେ ୨୫ ଏବଂ ତା’ପରେ ୫୦ ଟଙ୍କା  ହ୍ରାସ କରାଯିବା ଉଚିତ। ଉପ ନିର୍ବାଚନରେ ବିଜେପିର ପରାଜୟ ପରେ କେନ୍ଦ୍ର ସରାର ଇନ୍ଧନର ମୂଲ୍ୟରେ ୫ ଓ ୧୦ ଟଙ୍କାର ହ୍ରାସ କରିଛନ୍ତି। ତେବେ, ଆଗାମୀ ଦିନରେ ଯଦି ମୂଲ୍ୟରେ ୫୦ ଟଙ୍କା ପର୍ଯ୍ୟନ୍ତ ବି ହ୍ରାସ କରନ୍ତି, ତେବେ ସୁଦ୍ଧା କୌଣସି ପ୍ରକାରର ଫରକ ପଡ଼ିବ ନାହିଁ। ଆଗାମୀ ନିର୍ବାଚନରେ ବିଜେପି ସମ୍ପୂର୍ଣ୍ଣ ପରାଜୟର ସାମନା କରିବ।

ଶ୍ରୀ ରାଉତ କରିଛନ୍ତି ଯେ ମୁଦ୍ରାସ୍ଫୀତି କାରଣରୁ ଦେଶର ଅବସ୍ଥା ଏବେ ଏପରି ହୋଇଛି ଯେ ଲୋକଙ୍କୁ ଋଣ କରି ଦୀପାବଳି ପାଳନ କରିବାକୁ ପଡ଼ୁଛି ଏବଂ ମୁଦ୍ରାସ୍ଫୀତି ହେତୁ ଦେଶରେ ଉତ୍ସବର ବାତାବରଣ ନାହିଁ।

The post ତୈଳ ଦର ୫୦ ଟଙ୍କା ହ୍ରାସ କଲେ ବି ଆଗାମୀ ନିର୍ବାଚନରେ ପରାଜୟ ନିଶ୍ଚିତ: ଶିବସେନା first appeared on Sambad.

from ରାଜନୀତି | Sambad https://ift.tt/2ZU0sZq