ବୋର୍ଡା : ମମିତା ମେହେରଙ୍କୁ ନ୍ୟାୟ ଦାବିରେ ବୁଧବାର କଂଗ୍ରେସ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଛି। କଳାହାଣ୍ଡି କଂଗ୍ରେସର ସାଗର ଦାସଙ୍କ ନେତୃତ୍ୱରେ ସଦର ବ୍ଲକ୍‌ ଅର୍ତ୍ତଳ ଠାରୁ ସାଲେଗାଁ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇ ମମିତାଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ, ସିବିଆଇ ତଦନ୍ତ ଦାବି, ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଜଳସେଚନ ସୁବିଧା, ବୋର୍ଡାରେ ବ୍ଲକ୍‌ ସ୍ଥାପନ ଓ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ସ୍ଥାପନ, ମାସିଗାଁରେ ପ୍ରସ୍ତାବିତ ବ୍ୟାରେଜ୍‌ ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରିବା ସହ ଗାଁକୁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯାଇଥିଲା।

କଂଗ୍ରେସ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା ସାଧାରଣ ସମ୍ପାଦକ ଦେଶରାଜ ଯୁଆଡ଼େ, ଜିଲ୍ଲା ଉପସଭାପତି ଧନୁର୍ଧର ଗହୀର, ରାଜ୍ୟ ଛାତ୍ର ସଂଯୋଜକ ମହମ୍ମଦ ସାହେବ, ବରିଷ୍ଠ ନେତା ଅବନୀ ଭୋଇ, ଜିଲ୍ଲା ସମ୍ପାଦକ ଚନ୍ଦ୍ର ନାଏକ, ବ୍ଲକ୍‌ ସଭାପତି ସୁଭାଷ ପଧାନ, ଉପସଭାପତି  ବିକ୍ରମ ଭୋଇ, ଜିଲ୍ଲା ଛାତ୍ର ସଭାପତି ସୁଶାନ୍ତ ପ୍ରଧାନୀ, ଟି. ନାଏକ, ଆଦିବାସୀ ନେତା କାର୍ତ୍ତିକ ଯାନୀ, ତରଣୀ ମାଝୀ, ଉପେନ୍ଦ୍ର ଶବର ପ୍ରମୁଖ ପଦଯାତ୍ରରେ ସାମିଲ ହୋଇଥିଲେ।

The post ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଜନଜାଗରଣ ପଦଯାତ୍ରା first appeared on Sambad.

from ରାଜନୀତି | Sambad https://ift.tt/32lsXQK