ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଓଡିଶା କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ । ଆସନ୍ତା ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ୫ ଟଙ୍କା ଦେଇ ୫ ବର୍ଷ ପର୍ଯ୍ୟନ୍ତ ଦଳର ସଭ୍ୟ ହୋଇଛନ୍ତି ବିଭନ୍ନ ଅଂଚଳରୁ ଆସିଥିବା କର୍ମୀ ଓ ନେତା ।

ଏହି ଅଭିଯାନ ପାଇଁ ରାଜ୍ୟ କଂଗ୍ରେସ ଭାବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳର ସାଂସଦ ବିଧାୟକ ଓ ବରିଷ୍ଠ ନେତା ଏକାଠି ହୋଇଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଚେଲ୍ଲା କୁମାର । ରାଜ୍ୟର ସମସ୍ତ ବିକାଶ ମୂଳକ କାର୍ଯ୍ୟ ତଥା ବନ୍ଦର ଓ କାରଖାନା କଂଗ୍ରେସ ସରକାର ସମୟରେ ହୋଇଥିବା ବେଳେ ନବୀନ ସରକାର ସମୟରେ ବେକାରୀ ବଢ଼ିଛି ବୋଲି କହିଥିଲେ । ସେହିପରି ୨ କୋଟି ରୋଜଗାର ଓ ଦର ଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ମଧ୍ୟ ଟାର୍ଗେଟ କରିଛନ୍ତି ଚେଲ୍ଲା । ଗା ଗାଁ କୁ ଯାଇ ସଭ୍ୟ ସଂଗ୍ରହ ଅଭିଯାନ ତ୍ୱରାନ୍ୱିତ କରିବା ସହ ୨୦୨୪ ରେ କଂଗ୍ରେସ ସରକାର କରିବ ବୋଲି  କହିଛନ୍ତି ।

 

The post ଓଡ଼ିଶାରେ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ : ୫ ଟଙ୍କା ଦେଇ ୫ ବର୍ଷ ପାଇଁ କଂଗ୍ରେସର ସଭ୍ୟ ହେବାର ସୁଯୋଗ ! first appeared on Sambad.

from ରାଜନୀତି | Sambad https://ift.tt/31bjJpG