ଗୋରଖପୁର : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ରବିବାର ଦିନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗଡ଼ ଗୋରଖପୁରରେ ବିଜେପି ବିରୋଧରେ ଗର୍ଜିଛନ୍ତି। ବିଜେପି ୟୁପି ସମେତ ସମଗ୍ର ଦେଶକୁ ପ୍ରତରଣା କରିଛି ଏବଂ ଲୋକେ ଏହାର ଜବାବ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ଏହି ଅବସରରେ ପ୍ରିୟଙ୍କା ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟୀ ହେଲେ ଚାଷୀଙ୍କର ସମସ୍ତ ଋଣ ଛାଡ଼ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଧାନ ଓ ଗହମ କ୍ବିଣ୍ଟାଲ ପିଛା ୨୫୦୦ ଟଙ୍କାରେ କ୍ରୟ କରାଯିବ ବୋଲି ଘୋଷଣା କରିଛନ୍ତି। ଚାଷୀ ଓ ମତ୍ସ୍ୟଜୀବୀଙ୍କ ଦୁର୍ଦ୍ଦଶା ରାଜ୍ୟରେ ବଢ଼ୁଥିଲେ ମଧ୍ୟ ବିଜେପି ସରକାର ଏଥିପ୍ରତି କର୍ଣ୍ଣପାତ କରିନାହିଁ ବୋଲି ପ୍ରିୟଙ୍କା କହିଛନ୍ତି। କ୍ଷମତାକୁ ଆସିଥିଲେ ସମସ୍ତ ନାଗରିକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣାରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

The post ଯୋଗୀଙ୍କ ଗଡ଼ରେ ପ୍ରିୟଙ୍କା ଗାନ୍ଧି, ଚାଷୀ ଋଣ ଛାଡ଼ ପ୍ରତିଶ୍ରୁତି ଦେଲେ first appeared on Sambad.

from ରାଜନୀତି | Sambad https://ift.tt/2ZDR8Jr